କୋଟପାଡ଼ କଂଗ୍ରେସ କାର୍ଯ୍ୟାଳୟ ଠାରେ ବିରୋଧୀଙ୍କ ଉପରେ ବର୍ଷିଲେ ଛତିଶଗଡ ବିଧାୟକ

44

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ) : – କୋଟପାଡ଼ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ସବୁଆଡେ ନିର୍ବାଚନ ସରଗରମ ଦେଖିବାକୁ ମିଳୁଛି । ସେହିପରି ଆଜି କୋଟପାଡ଼ ଅଞ୍ଚଳରେ ଛତିଶଗଡର କଣ୍ଟା ଅଞ୍ଚଳର ବିଧାୟକ ଏବଂ ବର୍ତ୍ତମାନ ଥିବା ନିର୍ବାଚନର ବସ୍ତର ଜିଲ୍ଲା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରବାସୀ ଲଛମା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି କୋଟପାଡ଼ କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ବୈଠକରେ ନିଜ ଅଭିଭାଷଣରେ ବିରୋଧୀ ଉଭୟ ବିଜେଡି ଓ ବିଜେପି ଉପରେ ବର୍ଷୀଥିଲେ ।ବିଶେଷ କରି ରାଜ୍ୟ ତଥା ଦେଶର ଲୋକମାନଙ୍କୁ ଧୋକା ଦେଉଥିବା ବିଜେଡି ଓ ବିଜେପି ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ବିଧାୟକ ପ୍ରବାସୀ ଲଛମା ନିବେଦନ କରିଥିଲେ ।ରାଜ୍ୟରେ ନିଯୁକ୍ତି ସୁଯୋଗ ନଥିବାରୁ ଶିକ୍ଷିତ ବେକାର ଯୁବକମାନେ ଆନ୍ଦ୍ର, କେରଳ ଏବଂ ସୁରଟକୁ ଦାଦନ ଖଟିବାକୁ ଯାଉଛନ୍ତି ଏବଂ ଏହି ଦିଗରେ ଦୃଷ୍ଟି ନଦେବା ଦୁର୍ଭାଗ୍ୟର ବିଷୟ ଏବଂ ମୁଖ୍ୟ ଦାଈ ହେଉଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର ।କଂଗ୍ରେସ ଦଳ କ୍ଷମତାକୁ ଆସିଲେ ବେକାରୀ ଯୁବକଙ୍କୁ ନିଯୁକ୍ତି, ମହଙ୍ଗାଇ ରେ ପରିବର୍ତ୍ତନ, ଆଶା ଓ ଅଙ୍ଗନବାଡି ଏବଂ ସମସ୍ତ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ଗେରେଣ୍ଟି ଦେବ, ରାଜ୍ୟ ସରକାରର ୨୫ବର୍ଷ, କେନ୍ଦ୍ର ସରକାରର ୧0 ବର୍ଷରେ ଓଡିଶାର କୌଣସି ଉନ୍ନତି ମୂଳକକାର୍ଯ୍ୟ କରିନଥିବାର ସିଧା ସଳଖ ଟାର୍ଗେଟ କରିଛନ୍ତି । ଚଳିତ ବର୍ଷ ଏହି ନିର୍ବାଚନରେ ପରିବର୍ତ୍ତନ ଆସିବା ସହ କଂଗ୍ରେସଦଳର ବିଧାୟକ ପ୍ରାର୍ଥୀ ଅନାମ ଦିଆନ ଏବଂ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀଙ୍କୁ ସମର୍ଥନ କରିବା ସହ ବହୁମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ କୋଟପାଡ଼ ଅଞ୍ଚଳର ଭୋଟର ଭାଇ,ଭଉଣୀ ମାନଙ୍କୁ କହିଥିଲେ ଓ ଜନ ସାଧାରଣ ଓ କଂଗ୍ରେସ କର୍ମୀ ମାନଙ୍କ ପାଖରେ ଉପସ୍ଥାପନା କରିଥଲେ lସେହିପରି ରାଜନୀତି ଏମିତି ବସି ହୁଏ ନାହିଁ ଏବଂ ଏହି କର ବା ମର ପରିସ୍ଥିତିରେ କଠିଣ ପରିଶ୍ରମ କରି ପୂର୍ଣ୍ଣ ସହଯୋଗ କରନ୍ତୁ ବୋଲି କହିଥିଲେ lକୋଟପାଡ଼ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବଳ ସ୍ଥିତିରେ ଅଛି ଏବଂ ଆଗକୁ ନେବା ପାଇଁ ନିମନ୍ତ୍ରଣ କରିଥିଲେ lଆଜିର ଏହି କାର୍ଯ୍ୟକ୍ରମ ରେ କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ ଶଙ୍କର ରାଓ, ପିସିସି ମେମ୍ବର ମଣି ପ୍ରସାଦ ପଟ୍ଟନାୟକ,ମନୋହର ବିଶୋଇ,ପ୍ରକାଶ ମହାନ୍ତି,ବିଧାୟକ ପ୍ରାର୍ଥୀ ଅନାମ ଦିଆନ, ଜିତେନ୍ଦ୍ର ମହାପାତ୍ର, ବୁଟନା ମହାପାତ୍ର,ସନ୍ତୋଷ ମିଶ୍ର,ମୁନା ଖାନ,ଘନଶ୍ୟାମ ବିଶୋଇ, ମୀରା ଚଲାଣ, ଶଙ୍କର ପଣ୍ଡା,ଟିକୁ ବିଶୋଇ,ସଲମା ବେଗମ,ଏମ ଡ଼ି ଯୁସୁଫ,ଏମ ଡ଼ି କାଲୁ,ପୁରନ ନାୟକ,ଯେ ବାନାର୍ଜୀ ରାଓ,ଯୁବ କର୍ମୀ ଗିରିଶ ପଟ୍ଟନାୟକଙ୍କ ସହିତ ସମସ୍ତ କର୍ମୀମାନେ ଉପସ୍ଥିତ ଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More