କୋଇଲାରୀରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ

11

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) :- – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର କୋଇଲାରୀ ପଞ୍ଚାୟତ ଅଧୀନ ସାନ କୋଇଲାରୀ ଗ୍ରାମ ପାଖରେ ଥିବା ଆମ୍ବ ବଗିଚା ରେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ ଙ୍କ ସଭାପତିତ୍ଵରେ କର୍ମୀ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବିଧାନସଭା ଆସନ ବିଧାୟକ ପାର୍ଥୀ ଲିପିକା ମାଝୀ ଯୋଗ ଦେଇ ଉଦବୋଧନ ଦେଇ କର୍ମୀ ମାନଙ୍କୁ ବିଧାୟକ ଭାବେ ତାଙ୍କୁ ଓ ସାଂସଦ ପାର୍ଥୀ ତାଙ୍କ ବାପା ଭୁଜବଳ ମାଝୀ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ | ଏହାସହ ବିଧାୟକ ପାର୍ଥୀ ଗ୍ରାମର ପ୍ରତି ଘରେ ଘରେ ବୁଲି ଲୋକ ମାନଙ୍କ ସହ ଭେଟି ଭୋଟ ମାଗିବା ସହ କଂଗ୍ରେସ ର ଗ୍ୟାରେଣ୍ଟି କାର୍ଡ ବଣ୍ଟନ କରିଥିଲେ | ଏହାସହ ଗ୍ରାମର ଏହି ସଭାରେ କୋଇଲାରୀ ପଞ୍ଚାୟତର ସରାଗୁଡା, କେନ୍ଦୁଗୁଡା ଓ କୋଇଲାରୀ ଗ୍ରାମର ୪୫ ଜଣ ବିଭିନ୍ନ ଦଳ ଛାଡି କଂଗ୍ରେସ ଦଳରେ ସାମିଲ ହୋଇଥିଲେ | ଏହି ସମ୍ମିଳନୀରେ ବ୍ଲକ କଂଗ୍ରେସ ଉପସଭାପତି ଧର୍ମାନନ୍ଦ ନାୟକ ଓ କୃଶ ପନକା, ଜୋନ-୧ ସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ଜୋନ-୨ ସଭାପତି ବଂଶୀଧର ମାଝୀ, ବ୍ଲକ ଯୁବ କଂଗ୍ରେସ ସଭାପତି ଶଶୀଧର ମାଝୀ, ବ୍ଲକ କଂଗ୍ରେସ କମିଟି ଉପଦେଷ୍ଟା ବାବି ଜେନା, କୋଇଲାରୀ ସରପଞ୍ଚ ଚଦ୍ରୀ ଭତ୍ରା, ସମିତି ସଭ୍ୟା ସନମତି ଭତ୍ରା, କୋଇଲାରୀ ପଞ୍ଚାୟତ ପର୍ଯ୍ୟବେକ୍ଷକ ଆଶୁତୋଷ ଜେନା, ପଞ୍ଚାୟତ ସଭାପତି ଭୈରବସିଂ ମାଝୀ ଓ ବହୁ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More