କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଲା ବିଜେପି

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନାରେ କଳାହାଣ୍ଡି ଜିଲାର ଜୁନାଗଡ଼ ଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ଦୀର୍ଘ ୧୧୬ କିଲୋମିଟର ରେଳପଥ ମଞ୍ଜୁରୀ କରାଯାଇଥିବାରୁ ଏହା ନବରଙ୍ଗପୁର ଜିଲାର ଆର୍ଥିକ ବିକାଶରେ ବିଶେଷ ସହାୟକ ହୋଇପାରିବ । ପଛୁଆ ନବରଙ୍ଗପୁର ଜିଲା ଦେଇ ରେଳ ପରିବହନ ସୁଗମ ହୋଇପାରିବ । ପୋଡ଼ାଶୀ ଛତିଶଗଡ଼ ରାଜ୍ୟର ରାଜଧାନୀ ରାୟପୁର ଓ ଆନ୍ଧ୍ରର ବିଶାଖା ପାଟଣା ସହ ଯୋଗାଯୋଗ ସୁଗମ ହେବ । ଲୋକଙ୍କର ଯାତାୟତ ସହ ବ୍ୟବସାୟିକ ଵୃଦ୍ଧି ହେବ । ଜିଲ।ବ।ସୀଙ୍କର ବହୁ ଦିନର ଦାବି ଓ ସ୍ୱପ୍ନ ପୂରଣ ହୋଇଛି ।ସେହିପରି ଭାରତ ମାଳା ଯୋଜନ।ରେ ରାୟପୁର ରୁ ବିଶାଖାପାଟଣା ୬ ଥାକିଆ ସଡ଼କ ପଥ, ନବରଙ୍ଗପୁରରୁ ଜୟପୁର ରେଳପଥ , ନବରଙ୍ଗପୁର ରାଜପଥକୁ ବାଇପାସ୍ ସଡ଼କ ପାଇଁ ଅର୍ଥ ମଞ୍ଜୁର ହୋଇଛି । କେନ୍ଦ୍ର ସରକାର ଏହି ପଛୁଆଜିଲ।ର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି । ନବରଙ୍ଗପୁର ଜିଲା ବାସୀ ଙ୍କ ବହୁ ଦିନର ସ୍ବପ୍ନ କୁ ସାକାର କରି ଥିବାରୁ ଜିଲ୍ଲାବାସୀ ଓ ଭାରତୀୟ ଜନତା ପାର୍ଟି, ନବରଙ୍ଗପୁର ଜିଲ୍ଲା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ,ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବିଜେପି ରାଜ୍ୟ ଉପସଭାପତି,ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More