କେନ୍ଦ୍ରାପଡା ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଜିଲ୍ଲା କଂଗ୍ରେସର ଆନ୍ଦୋଳନ

40

Get real time updates directly on you device, subscribe now.

କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ ) : ମାଟି ପାଇଁ ପାଟି ଖୋଲ ,କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ ଦାବୀ କଲା କଂଗ୍ରେସ । ଆଜି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ତରଫରୁ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିନେଇ ମୋଟରସାଇକେଲ ରାଲି କରି ବିରାଟ ପଟୁଆରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ , ଜଟଣୀ ବିଧାୟକ ସୁର ରାଉତରାୟ, ପୁର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା , ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ,ଗ୍ୟାନଦେବ ବେହୁରା, ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଉମେଶ ପାଢ଼ୀ, ସମ୍ବିତ ଶ୍ରୀଚନ୍ଦନ,ରଶ୍ମି ରଞ୍ଜନ ଚୌଧୁରୀ ,ରତିକାନ୍ତ କାନୁନଗୋ,ପିତବାସ ବେହେରା,ପ୍ରଦ୍ୟୁମ୍ନ ଜେନା ଓ କୁଳମଣି ମଲ୍ଲିକ ପ୍ରମୁଖ ରାଲିରେ ସାମିଲ ହୋଇଥିଲେ । ଏହି ରାଲି ଦୁହୁରିଆ ଛକରୁ ବାହାରି ତିନିମୁହାଣୀ ,ନୂଆ ବସଷ୍ଟାଣ୍ଡ ଓ ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ସମ୍ମୁଖରେ ସଭା ସ୍ଥଳରେ ପହଞ୍ଚିଥିଲେ । ମାଟି ପାଇଁ ପାଟି ଖୋଲ ଏଭଳି ସ୍ଲୋଗାନ ଦେଇଥିଲେ । ଏହି ରାଲି ରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଓଡିଶା ସରକାରଙ୍କୁ ଟାର୍ଗେଟ କରି ନିରଂଜନ ପଟ୍ଟନାୟକ କହିଥିଲେ ନବୀନ ବାବୁଙ୍କର କେନ୍ଦ୍ରାପଡ଼ା ପ୍ରତି ମମତା ନାହିଁ ,ଏଠି ଯୋଉ ମାନେ ନିର୍ବାଚିତ ହୋଇଛନ୍ତି ତାଙ୍କ ମନରେ ଭୟ ରହୁଛି ଯଦି ସେମାନେ ମୁହଁ ଖୋଲନ୍ତି ତାଙ୍କର ପଦବି ନଥିବ। ସେଥିପାଇଁ କୋଉ ନେତା ବି ପାଟି ଖୋଲୁନାହାନ୍ତି ବୋଲି କହିଛନ୍ତି PCC ସଭାପତି ନିରଂଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି କେନ୍ଦ୍ରାପଡ଼ାରେ ନିର୍ବାଚିତ ହୋଇଥିବା ନେତା ସମସ୍ତେ ପର ଦେଶୀ ଚଢେଇ ସେମାନେ କେବଳ ନିଜ ପାଇଁ ପାଟି ଖୋଲନ୍ତି ମାଟି ପାଇଁ ତାଙ୍କ ପାଟି ବନ୍ଦ ରହେ ବୋଲି ଜଟଣୀ ବିଧାୟକ କହିଛନ୍ତି । ଏହି ମହା ଆନ୍ଦୋଳନକୁ ଜନସାଧାରଣ ସମର୍ଥନ ଥିବା ଦେଖିବାକୁ ମିଳିଥିଲା । ଏହା ଏକ ସଂକେତ ଓ ଏକ ପ୍ରକାର କଂଗ୍ରେସର ଶକ୍ତି ପ୍ରଦର୍ଶନ କହିପାରିବା । ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏହି ମୁଦାକୁ ଧରି ଲଢ଼ିବ ବୋଲି ଏକ ପ୍ରକାର ସ୍ପଷ୍ଟ  ଅନୁମାନ କରାଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More