କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନ ରାଲି

82

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡାରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇଛନ୍ତି।ପ୍ରାର୍ଥୀଭାବେ ନାମ ଘୋଷଣା ହେବା ପରେ ବୈଜୟନ୍ତଙ୍କର ଏହା ପ୍ରଥମ କେନ୍ଦ୍ରାପଡା ଗସ୍ତ। ଚାନ୍ଦୋଳ ବଜାର ଠାରୁ ଦଳୀୟ କର୍ମୀ ଓ ସମର୍ଥକ ମାନେ ବୈଜୟନ୍ତ ପଣ୍ଡାଙ୍କୁ ଏକ ଶୋଭାଯାତ୍ରାରେ ନେଇ ଦୁହୁରିଆ ସ୍ଥିତ ବିଜେପି ଜିଲ୍ଳା କାର୍ଯ୍ୟାଳୟରେ ପହଞ୍ଚି ଥିଲେ।ପରେ ଶୋଭାଯାତ୍ରାରେ ସହର ପରିକ୍ରମା କରି ସେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ରେ ପହଂଚି ଶ୍ରୀଜୀଉଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ।ଚାନ୍ଦୋଳ ଛକରୁ ଇଚ୍ଛାପୁର ସ୍ଥିତ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା।ଚାନ୍ଦୋଳ ଛକ ରେ ପହଁଞ୍ଚିବା ପରେ ଦଳୀୟ କର୍ମୀ ମାନେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ସେଠାରୁ ଶୋଭାଯାତ୍ରା ରେ ଆସି ବୈଜୟନ୍ତ ପଣ୍ଡା ଦୁହୁରିଆ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ।ଦୁହୁରିଆ ଠାରେ ପୂର୍ବରୁ ଅପେକ୍ଷା କରି ରହିଥିବା ଜିଲାର ନେତୃମଣ୍ଡଳୀ ଏବଂ ହଜାର ହଜାର କର୍ମୀ ବୈଜୟନ୍ତଙ୍କୁ ପାଛୋଟି ନେଇଥିଲେ।ପରେ ଏକ ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରାପଡା ସହର ପରିକ୍ରମା କରି ସେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ପହଂଚି ଜୀଉମାନଙ୍କ ଦର୍ଶନ କରିଥିଲେ।ତାଙ୍କ ସହିତ କେନ୍ଦ୍ରାପଡା ଜିଲା ସଭାପତି କିଶୋର୍ କୁମାର ପଣ୍ଡା, ପୂର୍ବତନ ବିଧାୟକ ଅଲେଖ କୁମାର ଜେନା,ବିଜେପି ନେତା ଜ୍ଞାନ ଦେବ ବେଉରା,କଳ୍ପନା ମଲ୍ଲିକ,ମନିଷା ପଣ୍ଡା,ପ୍ରିୟଦର୍ଶିନି ନନ୍ଦ,ଉମାକାନ୍ତ ପଟ୍ଟନାୟକ, ତେଜେଶ୍ୱର ପରିଡା,ଦୋଳଗୋବିନ୍ଦ ନାୟକ,ବ୍ରଜ ସୁନ୍ଦର ଭୁୟାଁ, ଯୁବମୋର୍ଚା ର ଶୋଭନ ଆଚାର୍ଯ୍ୟ, ସଲିମ ଖାନ ପ୍ରମୁଖ ରାଲିରେ ଯୋଗଦେଇ ଥିଲେ।ବୈଜୟନ୍ତଙ୍କ ରୋଡ ସୋ କେନ୍ଦ୍ରାପଡା ନିର୍ବାଚନୀ ମାହୋଲକୁ ଚଳ ଚଞ୍ଚଳ କରି ଦେଇଛି।ବିଜେପି ଦଳର କର୍ମୀ ନେତାଙ୍କୁ ପାଖରେ ପାଇ ବେଶ୍ ଉତ୍ସାହିତ ହୋଇ ପଡ଼ିଛନ୍ତି।ଦଳୀୟ କୋ ପତାକା, ନେତାଙ୍କ ଜିନ୍ଦାବାଦ ଓ ହଜାର ହଜାର କର୍ମୀଙ୍କ କୋଳାହଳରେ ସହର କମ୍ପିଉଠିଥିଲା । କେନ୍ଦ୍ରାପଡ଼ାରୁ ମଧୁସୂଦନ ନାଥଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More