କେନ୍ଦ୍ରାପଡା ବିଜେପିର ହେବିଓ୍ବଟ୍ ନେତାଙ୍କୁ ନେଇ କାର୍ଯ୍ୟକର୍ତ୍ତା ସଭା ଅନୁଷ୍ଠିତ

28

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – କେନ୍ଦ୍ରାପଡା ବଉଳ ବିହାର ଠାରେ ଭାରତୀୟ ଜନତା ପାର୍ଟିର ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ପ୍ରବଳ ବର୍ଷା ସତ୍ତ୍ବେ ଦଳର ତୁଙ୍ଗ ନେତାମାନେ ଧାର୍ଯ୍ୟ ସମୟରେ ପହଞ୍ଚି କର୍ମୀ ମାନଙ୍କୁ ସମ୍ବୋଧନ କରିଥିଲେ।ବରିଷ୍ଠ ବିଜେପି ନେତା ତଥା ବିଜେପି ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ଓଡ଼ିଶାରେ ଓଡ଼ିଆ ନେତୃତ୍ୱ କୁ ସୁଯୋଗ ଦେବା ପାଇଁ ଆହ୍ଵାନ ଦେଇଥିଲେ।ବିଜେପି ସରକାର କୁ ଆସିଲେ କେନ୍ଦ୍ରାପଡା ର ଘରେ ଘରେ ପିଇବା ପାଣି ପହଞ୍ଚାଇବା ସହ ଚାଷ ଜମିକୁ ଜଳସେଚନ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ।କାର୍ଯ୍ୟକ୍ରମ ରେ ଯୋଗଦେଇ ବିଜେପି ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ସରକାର ଏବେ ଭେଣ୍ଟିଲେଟର ରେ ଅଛନ୍ତି ବୋଲି କଟାକ୍ଷ କରିଥିଲେ।ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ଦଳୀୟ କର୍ମୀଙ୍କୁ ଅବଗତ କରିଥିଲେ।ବିଜେପି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଦୁଇଥର ପଦ୍ମ ଦୁଇଥର ବିକାଶ ର ନାରା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଜେପି କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଗୀତାଞ୍ଜଳି ସେଠି,ପାଟକୁରା ବିଧାୟକ ପ୍ରାର୍ଥୀ ତେଜେଶ୍ୱର ପରିଡା, ରାଜନଗର ବିଧାୟକ ପ୍ରାର୍ଥୀ ଲଲିତ ବେହେରା,ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା,ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ,ମାହାଙ୍ଗା ବିଧାୟକ ପ୍ରାର୍ଥୀ ସୁମନ୍ତ ଘଡେଇ ଉପସ୍ଥିତ ରହି ପଦ୍ମ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ।ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ କେନ୍ଦ୍ରାପଡା ଜିଲା ବିଜେପି ସଭାପତି କିଶୋର ପଣ୍ଡା ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ। କେନ୍ଦ୍ରାପଡ଼ାରୁ ମଧୁସୂଦନ ନାଥଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More