କେନ୍ଦ୍ରାପଡା ନିର୍ବାଚନ କ୍ଷେତ୍ରରେ ଛିଡ଼ୁନି ଟିକେଟ ଅଙ୍କ

12

Get real time updates directly on you device, subscribe now.

କେନ୍ଦ୍ରପଡା(ସଂଘର୍ଷ ମିଡିଆ) : – କେନ୍ଦ୍ରାପଡା ନିର୍ବାଚନ କ୍ଷେତ୍ରରେ ଘଡିକେ ଘୋଡା ଛୁଟୁଛି । ଦଳ ଅଦଳ ବଦଳ ପ୍ରକ୍ରିୟା ଚାଲିଛି । କେନ୍ଦ୍ରାପଡା ଆସନ ପାଇଁ ବିଧାୟକ ଶଶିଭୂଷଣ ବେହେରା ଏକପ୍ରକାର ଆଶାୟୀ ଥିବାବେଳେ , ଗଣେଶ୍ଵର ବେହେରା କଙ୍ଗ୍ରେସ୍ ଛାଡି ବିଜେଡ଼ିରେ ମିଶିଛନ୍ତି । ସେ ମଧ୍ୟ ଟିକେଟ ଲବିରେ ଆଗୁଆ ଅଛନ୍ତି । ବର୍ତ୍ତମାନ ବିଜେଡିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ କଂଗ୍ରେସରେ ସାମିଲ ହୋଇଛନ୍ତି। ଆଜି କଂଗ୍ରେସ ଭବନରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ସିପ୍ରା କଂଗ୍ରେସରେ ମିଶିବା ପରେ କେନ୍ଦ୍ରାପଡ଼ା ଆସନରେ ଦଳ ତାଙ୍କୁ ଟିକେଟ୍‌ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଏଥର ବିଜେଡିରୁ ଟିକେଟ୍ ପାଇବାକୁ ଆଶାୟୀ ଥିଲେ ସିପ୍ରା। ତେବେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ଚଳିତ ନିର୍ବାଚନରେ ସିପ୍ରାଙ୍କୁ ଟିକେଟ୍‌ ନ ମିଳିବା ନେଇ ଚର୍ଚ୍ଚା ହେବାପରେ ସିପ୍ରା ଅସନ୍ତୁଷ୍ଟ ଥିଲେ। କେନ୍ଦ୍ରାପଡ଼ା ଟିକେଟ୍‌ ପାଇଁ ସେ ଉପଯୁକ୍ତ ଦାବିଦାର ବୋଲି ନିକଟରେ ଗଣମାଧ୍ୟମରେ ସିପ୍ରା ପ୍ରକାଶ କରିଥିଲେ। ଏବେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶଙ୍ଖ ଛାଡ଼ି ହାତ ଧରିଛନ୍ତି ସିପ୍ରା ମଲ୍ଲିକ। ବର୍ତ୍ତମାନ ବିଜେଡ଼ି ଆମଦାନୀ ନେତାଙ୍କୁ ପ୍ରାଧାନ୍ୟ ଦେଉଛି ନା ନିଜ ମାଟିର ପୁଅ ଗଣେଶ୍ଵରଙ୍କୁ ଟିକେଟ ଦେଉଛି ଦେଖିବାର ଅଛି । ବ୍ୟୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More