କାଶୀନଗର ବ୍ଲକ ପାର୍ତଡା ପଞ୍ଚାୟତରେ କଂଗ୍ରେସର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ

29

Get real time updates directly on you device, subscribe now.

ପାରଳାଖେମୁଣ୍ଡି (ସଂଘର୍ଷ ମିଡିଆ ); – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ପାର୍ତଡା ପଞ୍ଚାୟତରେ ରେ କାଶୀନଗର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ବିଶାଳ କର୍ମିସମ୍ମୀଳନିର ଆୟୋଜନ ହୋଇଯାଇଛି। ଏହି ଅବସରରେ କାଶୀନଗର ବ୍ଲକ ସଭାପତି ଶ୍ରୀ ରାମପ୍ରଶାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିରଏହି କାର୍ଯ୍ୟକ୍ରମରେ ପାର୍ତଡାପଞ୍ଚାୟତ, ଖଆରଡଆପତ୍ବ,ଶିତାପୁରୁ ପଞ୍ଚାୟତର ନେତା କର୍ମୀମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। ଆଜି ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ର ମୂଖ୍ୟ ଶାସନ ସଚିବ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଚେୟାରମେନ ଶ୍ରୀ ବିଜୟ କୁମାର ପଟ୍ଟନାୟକ, କଂଗ୍ରେସ ଦଳର ପୂର୍ବତନ ଜିଲ୍ଲା ସଭାପତି ବିଭୁତି ପାତ୍ର, କୃଷ୍ଣ ଚନ୍ଦ୍ର ପାତ୍ର, ବସନ୍ତ କୁମାର ପଣ୍ଡା,ଦିପନ ରଇତ, ଭୁବନେଶ୍ୱର ନାୟକ, କୁନା ମାଝୀ,ମଜେସ ରଚିତ,ଗାସିନ ମଣ୍ଡଳ,ଦିପନ ମଣ୍ଡଳ ଅଭିର ଭୁୟାଁ,ସାଇବ ଭୁୟାଁ,ପାଷ୍ଟର ରିତା, ସୁବାସ ପାତ୍ର ପ୍ରମୁଖ ଉପସ୍ଥିତ ରହି ବୈଠକ ରେ ଅନେକ ବିଷୟରେ ଆଲୋଚନା ହୋଇଥିଲା, ବିଜେପି ଦଳର ଦେଶରେ ବିଫଳତା ଉପରେ ଆଲୋଚନା ସମାଲୋଚନା ହୋଇଥିବା ବେଳେ ବର୍ତମାନ ୨୩ବର୍ଷ ରାଜ୍ୟ ରେ ବିଜେଡ଼ି ସରକାର ଙ୍କ ବିଫଳତା ଉପରେ ବର୍ଷିଛନ୍ତି ସମସ୍ତ ନେତା କର୍ମୀମାନେ। ଆସନ୍ତା ୨୦୨୪ମସିହାରେ ପାରଳଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପୂର୍ପବତନ ମୁଖ୍ୟ ଶାସନସଚିବ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ର ଚେୟାରମେନ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଙ୍କୁ ବିଧାନସଭା ପ୍ରାର୍ଥୀ ହେବା ପାଇଁ କାଶୀନଗର ବ୍ଲକ ର ଆସିଥିବା ତିନୋଟି ପଞ୍ଚାୟତ ର ନେତା କର୍ମୀମାନେ ଉତ୍ସାହର ସହିତ ସୁଭେତ୍ସା ଜଣାଇବା ସହିତ ପ୍ରାର୍ଥୀ ହେବା ନିମନ୍ତେ ବାଧ୍ୟତା କରିଥିବା ଦେଖିବାକୁ ମିଳିଥିଲା। ଆଜିର ଏହି କାର୍ଯ୍ୟକ୍ରମକୁ କାଶୀନଗର ବ୍ଲକ ସଭାପତି ରାମପ୍ରଶାଦ ପଟ୍ଟନାୟକ ଓ ପାର୍ତଡା ପଞ୍ଚାୟତର ଲୋକେ ପରିଚାଳନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More