କାଶୀନଗର ଏନ.ଏ.ସି ଅଧ୍ୟକ୍ଷାଙ୍କ ଘର ବାହୁଡ଼

22

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା କାଶୀ ନଗର ଏନ ଏ ଏସି ଅଧ୍ୟକ୍ଷା ଏମ୍ ସୁଧାରାଣୀ ପୁଣି ବିଜେଡିକୁ ଫେରିଛନ୍ତି।କିଛି ଦିନ ପୂର୍ବେ ବିଜେପିରେ ଯୋଗ ଦେଇଥିଲେ।ପୁଣି ଥରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳକୁ ପୁଣି ଫେରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ ବିଜେଡି ନେତୃବୃନ୍ଦ। ରବିବାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ। ପୁଣି ବିଜେଡି ଆହୁରି ସୁଦୃଢ଼ ହେବ ବୋଲି ନେତା ଓ କର୍ମୀଙ୍କ ମନରେ ଖୁସି ବ୍ୟକ୍ତ ହୋଇଛି।ଏହି କାର୍ଯ୍ୟକ୍ରମରେ ହାଇ ଟେକ ଗ୍ରୁଫର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ, କେ ସୁରିଆ ରାଓ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, କାଶୀ ନଗର ବ୍ଳକ ଅଧ୍ୟକ୍ଷା ବି. ସାୟାମ୍ମା, ବିଜେଡି ଯୁବ ସଭାପତି ଏସ ଲିଙ୍ଗରାଜ,ବରିଷ୍ଠ ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା, ଗୋଶାଣୀ ବ୍ଳକ ଅଧ୍ୟକ୍ଷ ଏନ୍ ବିରରାଜୁ, କାଶୀ ନଗର ଏନ୍ ଏ ସି ଉପାଧ୍ୟକ୍ଷ ରଘୁରାମ ସାହୁଙ୍କ ସମେତ ଜିଲ୍ଲା ବିଜେଡି ନେତୃବୃନ୍ଦ ଏମ୍ ସୁଧାରାଣୀ ପୁଣି ଦଳ କୁ ଫେରିଥିବାରୁ ଖୁସି ପ୍ରକାଶ କରିଛନ୍ତି।ପରେ ହାଇ ସ୍କୁଲ ଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More