କଣ କହୁଛି ପାଲଲହଡ଼ା ନିର୍ବାଚନୀ ସମୀକରଣ ?

32

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – କଣ କହୁଛି ପାଲଲହଡ଼ା ସମୀକରଣ ? କାହା ସପକ୍ଷରେ ଯିବ ପାଲ ଲହଡ଼ା ଜନମତ, ଆପ ଏବଂ କଂଗ୍ରେସ ଉପରେ ସମସ୍ତଙ୍କ ନଜର,,,, ଆଉ କେଇଟା ଦିନ ପରେ ସାଧାରଣ ନିର୍ବାଚନ, ଆଉ ତାକୁ ନେଇ ବେଶ ଚଳଚଞ୍ଚଳ ହେଲାଣି ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ରାଜନୀତି । ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ପ୍ରମୁଖ ସମସ୍ୟାକୁ ନେଇ ଘରକୁ ଘର ବୁଲିବା ସହିତ ବିଭିନ୍ନ ସଭା ସମିତି ମାଧ୍ଯମରେ ଭୋଟର ମାନଙ୍କୁ ନିଜ ସପକ୍ଷକୁ ଆଣିବାକୁ ପ୍ରୟାସ ଆରମ୍ଭ କଲେଣି ରାଜ୍ୟର ପ୍ରମୁଖ ରାଜ ନୈତିକ ଦଳ ମାନେ । ଏକଦା ଓଡ଼ିଶାର ୧୪୭ ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପାଲ ଲହଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି। ବିଗତ ୨୫ ବର୍ଷ ମଧ୍ୟରେ ଏହି ନିର୍ବାଚନ ମଣ୍ଡଳୀ ସର୍ବଦା ତ୍ରିମୁଖି ଲଢେଇ ପାଇଁ ଚର୍ଚ୍ଚାରେ ରହି ଆସିଛି, ଏଥର କିନ୍ତୁ ସିଧା ସଳଖ ବିଜେପି ଓ ବିଜେଡ଼ି ମଧ୍ୟରେ ଲଢେ଼ଇ ଭିତରେ ପଛରେ ପଡ଼ି ଯାଇଛି କଂଗ୍ରେସ। କଂଗ୍ରେସ ଏପର୍ଯ୍ୟନ୍ତ ପ୍ରlଥୀ ଦେଇ ପାରି ନଥିବା ବେଳେ କଂଗ୍ରେସ କର୍ମୀଙ୍କ ମନରେ ଆଶା ଆଶଙ୍କା ସୃଷ୍ଟି କରିଛି । ବିଗତ ୨୦ ବର୍ଷ ମଧ୍ୟରୁ ୧୫ ବର୍ଷ ବିଜୁ ଜନତା ଦଳ କବଜାରେ ରହିଥିବା ଏହି ନିର୍ବାଚନ ମଣ୍ଡଳୀ ପାଇଁ ଏଥର କିନ୍ତୁ ଏତେଟା ସହଜ ହେବ ନାହିଁ ବୋଲି ରାଜ ନୈତିକ ବିଶ୍ଲେଶକ ମାନେ ମତ ପୋଷଣ କରୁଛନ୍ତି । ସବୁଠାରୁ ବଡ କଥା ହେଉଛି ବିଜୁ ଜନତା ଦଳରେ ଥିବା ଅନ୍ତ କନ୍ଦଳରୁ ବିଜେପିକୁ ଅନେକାଂଶରେ ଫାଇଦା ମିଳିବ ବୋଲି ଅନୁମାନ କରାଯାଉଛି । ବିଶେଷ କରି ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ ସମାନ୍ତରାଳ ସଙ୍ଗଠନ କରି ବିଜେଡି ଟିକେଟ ଦୌଡ଼ରେ ଥିବା ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗ ଅଧ୍ୟକ୍ଷ ଅବନିକାନ୍ତ ସାହୁଙ୍କ ଉପରେ ସମସ୍ତଙ୍କର ନଜର । ପ୍ରାୟ ୧୦ହଜାରରୁ ଉର୍ଦ୍ଧ ଯୁବକ ମାନଙ୍କୁ ନେଇ ଗଢ଼ି ଥିବା ଶ୍ରଦ୍ଧା ସେବା ସହଯୋଗ ଫାଉଣ୍ଡେସନ ଅବନିକlନ୍ତଙ୍କୁ ଟିକେଟ ନ ମିଳିବାରୁ ବିଜୁ ଜନତା ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ଯାହାର ସିଧା ସଳଖ ପ୍ରଭାବ ବିଜୁ ଜନତା ଦଳ ଉପରେ ପଡ଼ିବ ବୋଲି କୁହାଯାଇ ପାରେ। ପାଲଲହଡ଼ା ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଏବଂ ଅବନିକlନ୍ତ ସାହୁଙ୍କ ମଧ୍ୟରେ ସାପ, ନେଉଳ ସମ୍ପର୍କ । ବିଜେଡି ସମୀକରଣ ବିଗାଡି ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଅନ୍ୟ ପକ୍ଷରେ ପାଲ ଲହଡ଼ାର ଅନ୍ୟତମ ବରିଷ୍ଠ ନେତା ତଥା ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଦଳ ହିନ୍ଦୋଳରୁ ବିଧାୟକ ପ୍ରାର୍ଥୀ ଦେଇଥିବା ବେଳେ ମହେଶଙ୍କ ସମର୍ଥକ ଏବେ ସନ୍ଦିହାନ ହୋଈ ପଡିଛନ୍ତି। ବିଧାୟକ ମୁକେଶ ପାଲ ଏବଂ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ସର୍ବଦା ତୁ ତୁ ମେଁ ମେଁ ଲାଗି ରହୁଥିବାରୁ ମହେଶଙ୍କ ସମର୍ଥକ ଏବେ ମୁକେଶଙ୍କୁ ସମର୍ଥନ କରିବେ ନା ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ମହେଶଙ୍କ ଏହି ଗୋଷ୍ଠୀ ଯଦି ମୁକେଶଙ୍କୁ ସମର୍ଥନ ନ କରନ୍ତି ତେବେ ଶାସକ ଦଳ ବିଧାୟକ ପ୍ରାର୍ଥୀଙ୍କୁ ବଡ କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଇ ପାରେ। ତେବେ ଅନ୍ୟତମ ଚର୍ଚ୍ଚିତ ଚେହେରା ତଥା ଶ୍ରମିକ ନେତା ମନୋଜ କୁମାର ସାହୁ ବିଜେଡି ଛାଡ଼ି କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ଏବଂ କଂଗ୍ରେସରୁ ପ୍ରତିଦ୍ବନ୍ଦିତା କରିବା ପାଇଁ ଆଶା ବାନ୍ଧିଥିବା ଶୁଣିବାକୁ ମିଳୁଛି। ଯଦି ମନୋଜଙ୍କୁ ଦଳ ଟିକେଟ ଦିଏ ତେବେ କଂଗ୍ରେସର ପକେଟ ଭୋଟ ସମେତ କେନ୍ଦୁପତ୍ର ତୋଳାଳୀ ଏବଂ ନିର୍ମାଣ ଶ୍ରମିକ ସଂଘ ମନୋଜ କୁମାର ସାହୁଙ୍କୁ ସମର୍ଥନ କରିବା ଏକ ପ୍ରକାର ନିଶ୍ଚିନ୍ତ ଯାହା ଶାସକ ଦଳର ଗଣିତ ଉପରେ ପ୍ରଭାବ ପକାଇବ ବୋଲି ସ୍ପଷ୍ଟ ଅନୁମାନ କରାଯାଉଛି। ଆଉ ଅନ୍ୟପଟରେ ଭାରତ ବର୍ଷରେ ନୂଆ ଆଶା ନୂଆ ସମୀକରଣ ନେଇ ଗଢ଼ିଉଠିଥିବା ଆମ୍ ଆଦମୀ ପାର୍ଟି ଏଥର ପୁଣିଥରେ ପ୍ରତିଦ୍ବନ୍ଦିତା କରିବାକୁ ଅଣ୍ଟା ଭିଡ଼ିଛି। ପାଲ ଲହଡ଼ା ନିର୍ବାଚନ ମଣ୍ଡଳୀର ମଧ୍ଯ ଭାଗ ଅଞ୍ଚଳ ଖମlରରୁ ଆସୁଥିବା ଯୁବ ସାମ୍ୱାଦିକ ଯୁଗଳ କିଶୋର ଜିତ, ଆମ୍ ଆଦମୀ ଟିକେଟରେ ପ୍ରତିଦ୍ବନ୍ଦିତା କରିବା ପାଇଁ ସଙ୍ଗଠନ କାର୍ଯ୍ୟ ଜାରି ରଖିଛନ୍ତି । ଅରବିନ୍ଦ କେଜରିୱାଲଙ୍କ ସୁଶାସନ ଓ ବିଜେଡି, ବିଜେପି ମଧ୍ୟରେ ଥିବା ଅଦୃଶ୍ୟ ମେଣ୍ଟ ଓଡ଼ିଶା ରାଜ୍ୟକୁ ବର୍ବାଦ କରୁଥିବା କହି ଯୁଗଳ କିଶୋର ଲୋକ ମାନଙ୍କ ଆସ୍ଥାଭାଜନ ହୋଈ ପାରିଛନ୍ତି । ତେବେ ଉଭୟ ବିଜେଡି ଓ ବିଜେପିର ଗଣିତ ବିଗାଡି ଦେଇ ପାରନ୍ତି ଏହି ଛୋଟ ଛୋଟ ରାଜନୀତିକ ଦଳ । ଅନ୍ୟ ଛୋଟ ଛୋଟ ଦଳ ମଧ୍ୟରେ ସି ପି ଆଇ ଏମ୍, ବି ଏସ ପି ମଧ୍ଯ ପାଲ ଲହଡ଼ା ରାଜନୀତିରେ ଏଣ୍ଟ୍ରି ମାରିବା ଶାସକ ଦଳ ପାଇଁ ମୁଣ୍ତ ବିନ୍ଧାର କାରଣ ସାଜିପlରେ । ତେବେ ଗୋଳି ପାଣି କଙ୍କଡା କୁ ସୁହାଇବା ଭଳି ଏଥିରୁ ବିଜେପି କୁ ଭଲ ଫାଇଦା ମିଳିବ ବୋଲି ଅନୁମାନ କରାଯାଉଛି । ପାଲଲହଡ଼ା ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ପ୍ରତିଦ୍ବନ୍ଦିତା କରି ପରାଜୟ ବରଣ କରିଥିବା ଅଶୋକ ମହାନ୍ତିଙ୍କ ପାଇଁ ମଙ୍ଗ ଧରିଛନ୍ତି ଖୋଦ୍ ରାଜ୍ୟ ବିଜେପି ଉପ ସଭାପତି ଗୋଲକ ମହାପାତ୍ର । ଗୋଲକ ପ୍ରତ୍ୟକ୍ଷ ଭାବେ ଘରକୁ ଘର ବୁଲିବା ସହିତ ମୋଦି ସରକlରଙ୍କ ଜନ କଲ୍ୟାଣକlରି ଯୋଜନା ସମ୍ପର୍କରେ ଅବଗତ କରାଉଛନ୍ତି ତା ସହିତ ବିଗତ ୧୫ବର୍ଷ ଧରି ପାଲଲହଡ଼ାର ବିକାଶକୁ ସ୍ଥାଣୁ କରିଦେଇଥିବା ଶାସକ ଦଳକୁ ପରିବର୍ତ୍ତନ କରି ମୋଦି ସରକାର୍ଙ୍କ ବିକାଶ ଧାରାରେ ସାମିଲ ହେବା ପାଇଁ ଅପିଲ କରୁଛନ୍ତି ଅଶୋକ ଓ ଗୋଲକ ମହାପାତ୍ର । ତେବେ ଶାସକ ଦଳର ଅନ୍ତ କନ୍ଦଳ, ଏବଂ ଦୁଇ ଥର ହlରିଥିବlରୁ ଅଶୋକ ମହାନ୍ତିଙ୍କ ପାଇଁ ଅନୁକମ୍ପା ରହିପାରେ ବୋଲି ଆଶା କରାଯାଉଛି । ତେବେ ସବୁ ପରେ ଅବନୀ, ମନୋଜ୍ ଏବଂ ଯୁଗଳଙ୍କ ଉପରେ ପାଲ ଲହଡ଼ା ସମୀକରଣ ନିର୍ଭର କରିବ ବୋଲି ଚର୍ଚ୍ଚା ଜୋର ଧରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More