କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ପବନ ଖେରା ଓ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ପୁରୀ ଗସ୍ତ

47

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ତଥା ବରିଷ୍ଠ କଂଗ୍ରେସ ନେତା ପବନ ଖେରା ଓ ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ତେବେ ମହାପ୍ରଭୁଙ୍କ ଦର୍ଶନ କରି ପବନ ଖେରା ବେଶ୍ ଖୁସି ଥିବା କହିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରେ ଚଳିତ ନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ପବନ ଖେରା। ସେପଟେ ମୋଦିଙ୍କ ଭକ୍ତ ଜଗନ୍ନାଥ ମନ୍ତବ୍ୟ ଦେଇଥିବା ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି ପବନ ଖେରା।ମହାପ୍ରଭୁଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେବା ବଡ଼ ଅପମାନ। କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଏହା ଆଘାତ ଦେଇଛି। ରାଜନୀତିରେ ଧର୍ମକୁ ବିଜେପି ସବୁବେଳେ ଅସ୍ତ୍ର କରି ନିର୍ବାଚନ ଲଢୁଥିବା ବେଳେ ଏହା ସମ୍ପୂର୍ଣ୍ଣ ନିନ୍ଦନୀୟ। ମହାପ୍ରଭୂ ଙ୍କୁ ଅପମାନ କରିବା କାହାର ଅଧିକାର ନାହିଁ। ବିଜେପି ଅହଙ୍କାର ଏତେ ବଢ଼ିଯାଇଛି ଯେ ସେ ମହାପ୍ରଭୁ ଙ୍କୁ ମୋଦି ଙ୍କ ଭକ୍ତ ବୋଲି ବିଜେପି ନେତା କହିଛନ୍ତି। ଏହାର ପ୍ରଭାବ ନିଶ୍ଚିତ ପଡ଼ିବ। ବିଜେପି କୁ ଜନତା ହିଁ ଜବାବ ଦେବେ। ତେବେ ତୁରନ୍ତ ଏହି ଅପମାନ ଘଟଣା ରେ ବିଜେପି ରୁ ସମ୍ବିତ ପାତ୍ର ଙ୍କୁ ବହିଷ୍କାର କରାଯାଉ।ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ପବନ ଖେରା।ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ସମ୍ବିତ ପାତ୍ରଙ୍କ ଏଭଳି ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ଏହି ପ୍ରସଙ୍ଗକୁ କଂଗ୍ରେସ ଆଗାମୀ ଦିନରେ ଲୋକଙ୍କ ନିକଟରେ ପହଞ୍ଚାଇବ। ଆଗାମୀ ଦିନରେ ଜନତା ଏହାର ଉଚିତ୍ ଜବାବ୍ ଦେବେ ବୋଲି କହିଛନ୍ତି ଶରତ ପଟ୍ଟନାୟକ। କୋଟି କୋଟି ଭକ୍ତ ଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ମୋଦୀ ଙ୍କ ଭକ୍ତ କହିବା ଲଜ୍ଜ୍ୟା ଜନକ। ବିଜେପି ଭଗବାନ ଙ୍କୁ ବି ତଳକୁ ନେଇ ଯାଇଚି । ଏହାକୁ କେହି ବରଦାସ୍ତ କରିବେନି। ଓଡ଼ିଶା ବାସି ଏହାର ଦୃଢ଼ ଜବାବ ନିର୍ବାଚନ ରେ ଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More