ମାହାଙ୍ଗା ( ସଂଘର୍ଷ ମିଡିଆ ) : -ରାଜ୍ୟ କଂଗ୍ରେସର ଆହ୍ୱାନ କ୍ରମେ ଆଜି ମାହାଙ୍ଗା ଓ ସାଲେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀମାନେ ବିଭିନ୍ନ ଦୋକାନ- ବଜାର,ସରକାରୀ ଦପ୍ତର ଏବଂ ଶିକ୍ଷାନୁଷ୍ଠାନ ଗୁଡିକୁ ବଂଦ କରିବା ପାଇଁ ଜନସଚେତନତା ସୃଷ୍ଟି କରିବା ଦେଖିବାକୁ ମିଳିଥିଲା l ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସର ଅହେତୁକ ଦର ବୃଦ୍ଧିକୁ କଂଗ୍ରେସ ତୀବ୍ର ବିରୋଧ କରି ଏହି ବଂଦ ଡାକରା ଦେଇଥିଲା l ଏଥିସହ ରାଜ୍ୟରେ ବଢ଼ି ବଢ଼ି ଚାଲିଥିବା ନାରୀ ଓ ଶିଶୁ ନିର୍ଯାତନା ସାଙ୍ଗକୁ ଆଇନି ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଏହି ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପକ ହେବବୋଲି କଂଗ୍ରେସ ନେତାମାନେ କହିଥିଲେ l ସାଲେପୁର କଂଗ୍ରେସ ପକ୍ଷରୁ କୁଆଁପାଳ ରୋଡ ବଜାର ଛକ ନିକଟରେ ବସି ସ୍ଲୋଗାନ ଦେବାସହ ମୁଖ୍ୟବଜାର ସମେତ ଅନ୍ୟାନ୍ୟ ବଜାର ବନ୍ଦ ରହିଥିବା ଦେଖବାକୁ ମିଳିଥିଲା। ସେହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ କଂଗ୍ରେସ ନେତା ସରୋଜ ପରିଡାଙ୍କ ନେତୃତ୍ୱରେ ଉତ୍ସବ ପରିଡା,ରବୀନ୍ଦ୍ର ପରିଡା,ପୀରୁ ପୃଷ୍ଟି, ଅରବିନ୍ଦ ପଣ୍ଡା,ବିଚିତ୍ରାନନ୍ଦ ରାଉତରାୟ,ପ୍ରଦୀପ୍ତ ରାଉତରାୟ ପ୍ରମୁଖ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ l ଆନ୍ଦୋଳନକାରୀ ମାନେ କୋଠପଦା, ଜଇପୁର, ମୂଳବସନ୍ତ, କଲ୍ୟାଣପୁର, କୁଆଁପାଳ, ଛତ୍ରତୋଟା, ମାହାଙ୍ଗା,ଏରକଣା ଆଦି ବିଭିନ୍ନ ଅଂଚଳରେ ପହଂଚି ରାସ୍ତାରେ ଟାୟାର ଜାଳି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବାସହ ଦୋକାନ-ବଜାର ବଂଦ କରିବା ଦେଖିବାକୁ ମିଳିଥିଲା l