କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

76

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ଶ୍ରୀ କେ ସୁରିଆ ରାଓ ବିଜେଡିରେ ସାମିଲ ହୋଇଛନ୍ତି । ସେ ତାଙ୍କ ମିଶ୍ରଣ ସମୟରେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା କହିଥିଲେ । ତେବେ କଂଗ୍ରେସ ପକ୍ଷରୁ ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ, ଶ୍ରୀ ରାଓ ୨୦୧୪ ମସିହାରେ କଂଗ୍ରେସ ଟିକଟରେ ପ୍ରତିବୃନ୍ଦିତା କରି ବିଧାୟକ ହୋଇଥିଲେ । ତେବେ ଏହା ପର ଠାରୁ ସେ ବଳରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ଯାହା ଫଳରେ ଦଳୀୟ କର୍ମୀମାନେ ଅସନ୍ତୁଷ୍ଟ ହୋଇ ବିକଳ୍ପ ଚିନ୍ତା କରିଥିଲେ । ଏହି ସମୟରେ ହାଇଟେକ ଗୃପର ଅଧ୍ଯକ୍ଷ ଡ.ତିରୁପତି ପାଣିଗ୍ରାହୀ ଦଳୀୟ ପ୍ରାର୍ଥୀ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏଠାରେ ଦୁଇ ଜଣ ଦଳକୁ ଦୁଇ ଲାଗ କରିଦେଲେ । ୨୦୧୯ ସାଧାରଣ ନିର୍ବାଚନରେ ପ୍ରଥମେ ବିଧାୟକ ଭାବେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ଏବଂ ଟିକଟ ତିରୁପତି ପାଣିଗ୍ରାହୀଙ୍କୁ ଛାଡିଦେବେ ବୋଲି କହିଥିଲେ । କିନ୍ତୁ ପରବର୍ତି ସମୟରେ ପୁଣିଥରେ ବିଧାୟକ ଭାବେ ପ୍ରତିଦ୍ଵନ୍ଦିତା କରିଥିଲେ । ସେ ଏହି ନିର୍ବାଚନରେ ପରାଜିତ ହେବାର କିଛି ଦିନ ପରେ କଂଗ୍ରେସରୁ ଇସ୍ତଫା ଦେଇ ରାଜଜନୀତିରୁ ସନ୍ୟାସ ନେଉଥିବା ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ । ଏବେ ପୁଣି ଏକ ରାଜନୈତିକ ଦଳରେ ଯୋଗଦେବା ତାଙ୍କ କଥା ଆଉ କାମରେ କେତେ ସଚ୍ଚୋଟତା ରହିଥ୍ ତାହା ପ୍ରମାଣିତ କରିଛି । ତିରୁପତି ପାଣିଗ୍ରାହୀ ସ୍ଵାଧୀନ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ । ଯାହାର ଫଳସ୍ୱରୂପ କଂଗ୍ରେସକୁ ଏଠାରେ ପରାଜିତ ହେବାକୁ ପଡିଥିଲା । ତେଣୁ ଉଭୟ ନେତା କଂଗ୍ରେସକୁ ଧ୍ବଂସ କରିବା ପାଇଁ ହିଁ ବିଜେଡିର ଏଜେଣ୍ଟ ହୋଇ ଏସବୁ ନାଟକ କରୁଥିଲେ ବୋଲି ଆମେ ସନ୍ଦେହ କରୁଛୁ । ଯାହାର ପୁରସ୍କାର ସ୍ୱରୂପ ଏବେ ବିଜେଡି ତାଙ୍କୁ କୋଳେଇ ନେଇଛି । କଂଗ୍ରେସକୁ ଧ୍ୱଂସ କରିଦେବା ପରେ ଏବେ ବିଜେଡିକୁ ଧ୍ୱଂସ କରିବେ ନାହିଁ ତ ଏହି ଦୁଇ ନେତା ? ବସନ୍ତ କୁମାର ପଣ୍ଡା ନଗର କଂଗ୍ରେସ ସଭାପତି ଗଣ ମାଧ୍ୟମକୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More