ବିରିଡି ( ସଂଘର୍ଷ ମିଡିଆ ) : ପିସିସି ସଭାପତିଙ୍କ ଆହ୍ୱାନ କ୍ରମେ ଡିଜେଲ ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ଆଜି ଓଡିଆ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ବିରିଡି ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଶୀତାଶୁ ରାୟଙ୍କ ନେତୃତ୍ୱରେ କଟକ, ଜଗତସିଂହପୁର ଏନଏଚ ୫୫ ଙ୍କୁ ବାଲିଆ ଷ୍ଟୋର ଠାରେ ବନ୍ଦ କରାଯାଇଥିଲା। ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା।ଏହି ଚକାଜାମ ଆନ୍ଦୋଳନରେ ବ୍ଲକ ଅଧ୍ୟକ୍ଷ ପଦ୍ମନାଭ ଭୋଇ, କଂଗ୍ରେସ ନେତା ଦେବୀପ୍ରସାଦ ତ୍ରୀପାଠୀ, ହିମାଂଶୁ ଭୂଷଣ ମଲ୍ଲିକ,ପ୍ରତିମା ମଲ୍ଲିକ, ସରପଞ୍ଚ ଚନ୍ଦ୍ର ଶେଖର ଦାଶ, ଅଶୋକ କୁମାର ଜେନା, ଜୋସ୍ନା ରାଣୀ ବେହେରା, ବିମଲ ସେଠୀ, ପୁର୍ବତନ ସରପଞ୍ଚ ବଳରାମ ମଲ୍ଲିକଙ୍କ ସହ କିଶୋର ପାଳ ସମୀର ଖୁଟିଆ,ପ୍ରବିତ ପ୍ରଧାନ ପମୁଖ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।