କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ

24

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – କଂଗ୍ରେସର ଲୋକପ୍ରିୟ ନେତା, ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି । ଆଗାମୀ ନିର୍ବାଚନ ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ । ସାଧାରଣ ଜନତାଙ୍କୁ ଗୁରୁ ମନ୍ତ୍ର ଦେବେ ରାହୁଲ ଗାନ୍ଧୀ । ସୂଚନାନୁଯାୟୀ , ସାଲେପୁର ଠାରେ ସେ ନିର୍ବାଚନୀ ପ୍ରଚାର କରିବେ । ଏଥିରେ ଧର୍ମନିରପେକ୍ଷ , ବୁଦ୍ଧିଜୀବୀ, କଂଗ୍ରେସ ପ୍ରେମୀ ଓ ହଜାର ହଜାର ସଂଖ୍ୟାରେ ଲୋକ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ସାଲେପୁରରେ ପହଞ୍ଚି ମଧୁବାବୁଙ୍କ ଜନ୍ମସ୍ଥାନରେ ପ୍ରସ୍ତାବିତ ଜନସଭାରେ ରାହୁଲ ଗାନ୍ଧୀ ସମ୍ବୋଧନ କରିବେ । ବୁଥ୍‌ସ୍ତରରେ ଓଡ଼ିଶା କଂଗ୍ରେସ ୯ଟି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ପାଇଁ ଗୁରୁ ମନ୍ତ୍ର ଦେବାର କାର୍ଯ୍ୟକ୍ରମ ଅଛି । ଭରତ ଯୋଡ ଯାତ୍ରା କରି ଦେଶବାସୀଙ୍କୁ ରାହୁଲ ଗାନ୍ଧୀ ଯେ ନୂଆ ବାର୍ତ୍ତା ଦେଇଛନ୍ତି, ଆମେ ସବୁ ଓଡିଶାବାସୀ, ସାଲେପୁରବାସୀ ଓ କଟକ ଜିଲାର ସାଧାରଣ ଜନତା ଏହି କ୍ରଯ୍ୟକ୍ରମରେ ଯୋଡି ଦେବାର ସୁଯୋଗ ଆସିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More