କଂଗ୍ରେସ ଦେଉନି ନାରୀଙ୍କୁ ସମ୍ମାନ

85

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : ପୁଣି ବିବାଦ ଘେରରେ କଂଗ୍ରେସ ଦଳର ବରିଷ୍ଠ ନେତା ରଣଦୀପ ସୂର୍ଯୋୱାଲା । ଭାରତୀୟ ଜନତା ପାର୍ଟିର ନେତ୍ରୀ ତଥା ମଥୁରା ଗଡର ସାଂସଦ ହେମା ମାଲିନୀଙ୍କ ବିଷୟରେ ରଣଦୀପ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦର୍ଶକବନ୍ଧୁ ଥରେ ଦେଖିନିଅନ୍ତୁ ଏହି ଭିଡ଼ିଓଟିକୁ , ଯେଉଁଥିରେ କଂଗ୍ରେସ ନେତା ରଣଦୀପ ସୂର୍ଯୋୱାଲା ଏକ ରାଜନୈତିକ ସଭାରେ ବିଜେପି ନେତ୍ରୀ ହେମା ମାଲିନୀଙ୍କୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ତେବେ ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ବିଜେପିର ନେତାମାନେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସୂଚନା ଯୋଗ୍ୟ , ଏପ୍ରିଲ ୧ ତାରିଖରେ କଂଗ୍ରେସ ନେତା ରଣଦୀପ ସୂର୍ଯୋୱାଲା ହରିୟାଣାର କୁରୁକ୍ଷେତ୍ର ଲୋକସଭା ନିର୍ବାଚନମଣ୍ଡଳୀ ଅଧିନ କୌଥଲ ସ୍ଥିତ ଏକ ଗାଁରେ ‘INDI’ ମେଣ୍ଟର ପ୍ରାର୍ଥୀ ସୁଶୀଲ ଗୁପ୍ତାଙ୍କ ସମର୍ଥନରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ । ଠିକ୍ ଏହି ସମୟରେ, ବିଜେପି ନେତ୍ରୀ ତଥା ମଥୁରାର ସାଂସଦ ହେମା ମାଲିନୀଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି ।
ସେ କହିଛନ୍ତି ଯେ , ଆମେ ଏଥିପାଇଁ ବିଧାୟକ-ସାଂସଦ ବାଛିଥାଉ କି ସେମାନେ ସଂସଦରେ ଜନତାଙ୍କର ସୁବିଧା ଅସୁବିଧାର ପ୍ରସଙ୍ଗ ଉଠାଇପାରିବେ । ଏହା ପରେ ସେ ହେମା ମାଲିନୀଙ୍କୁ ନେଇ ଏକ ବିବାଦୀୟ ଟିପଣୀ ଦେଇଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ବା ବିଜେପି ରଣଦୀପ ସୂର୍ଯୋୱାଲାଙ୍କ ଏହି ବିବୃତ୍ତିକୁ ଦୃଢ଼ ଭାବରେ ନିନ୍ଦା କରିଛି । ଏବଂ ବିଜେପି ଅଭିଯୋଗ କରି କହିଛି ଯେ , ମୁଖ୍ୟ ବିରୋଧୀ ଦଳ ମହିଳାଙ୍କୁ ଘୃଣା କରନ୍ତି ବୋଲି ଏଥିରୁ ସ୍ପଷ୍ଟ ଜଣାପଡୁଛି । ବିଜେପିର IT ବିଭାଗର ମୁଖ୍ୟ ଅମିତ ମାଲଭିଆ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି କି – ହେମା ମାଲିନୀଙ୍କ ଉପରେ କଂଗ୍ରେସ ସାଂସଦ ରଣଦୀପ ସୂର୍ଯୋୱାଲା ଏମିତି ଏକ ଘୃଣ୍ୟ ମନ୍ତବ୍ୟ ଦେଇଛନ୍ତି । ତାଙ୍କର ଏହି ମନ୍ତବ୍ୟ କେବଳ ହେମା ମାଲିନୀଙ୍କୁ ନୁହେଁ । ବରଂ ଏହା ଦେଶର ସମସ୍ତ ମହିଳାଙ୍କ ପାଇଁ ଏକ ପ୍ରକାର ଅପମାନଜନକ ପ୍ରତିକ୍ରିୟା ଅଟେ । ଏମିତି ହେଲେ ଦେଶରେ ମହିଳା ମାନଙ୍କ ସୁରକ୍ଷା କେତେ ଦୂର ସମ୍ଭବ ତାହା ଏଠାରୁ ସ୍ପଷ୍ଟ ବାରି ହେଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More