ଗଜପତି(ସଂଘର୍ଷ ମିଡିଆ) : – କଂଗ୍ରେସ ତରଫରୁ କାଶୀନଗର ଠାରେ ସଂକୀର୍ତନ ସତ୍ୟାଗ୍ରହ କରିବା ପାଇଁ ସମସ୍ତ ବନ୍ଦୋବସ୍ତ ହୋଇଛି, ରାଜ୍ୟ କଂଗ୍ରେସ ର ଡାକରା କ୍ରମେ ସମସ୍ତ ବ୍ଲକ ଓ ଏନଏସିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ପୁରୀ ଜଗନ୍ନାଥ ମନ୍ଦିର ର ଚାରିଦ୍ୱାର ଖୋଳା ରଖିବା, ରତ୍ନ ଭଣ୍ଡାର ମରାମତି, ଓ ରତ୍ନ ଭଣ୍ଡାର ଗଣତି ଓ ବେଦାନ୍ତ ପାଖରୁ ଜମି ଫେରାଇ ଆଣିବା ପାଇଁ ପିସିସି ଏହି ଅଭିନଵ ସତ୍ୟାଗ୍ରହ କରୁଛି | କାଶୀନଗର ବ୍ଲକ ସଭାପତି ଶ୍ରୀ ରାମ ପ୍ରସାଦ ପଟନାୟକ ଓ ଯୁବ ନେତା ଶ୍ରୀ ସୁବାସ ପାତ୍ର ଙ୍କ ନେତୃତ୍ୱ ରେ ସ୍ଥାନୀୟ ଜଗନାଥ ମନ୍ଦିର ନିକଟ ରେ ଏହି ଅଭିନଵ ସତ୍ୟାଗ୍ରହ ଅନୁଷ୍ଠିତ ହେଉଛି.ଏହି କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ର ସଞ୍ଜୟ ଅଧିକାରୀ, ରାମ ଚନ୍ଦ୍ର ଦଳେଇ ଜିଗର ଦେଇ ସଂକୀର୍ତନ ମାଧ୍ୟମ ରେ ପ୍ରତିବାଦ କରିଥିଲେ ।