ରାଉରକେଲା(ସଂଘର୍ଷ ମିଡିଆ) : – ଆଜି ରାଉରକେଲା କଂଗ୍ରେସ ପକ୍ଷରୁ ରାଉରକେଲା କଂଗ୍ରେସ ଭବନ ଠାରେ କଂଗ୍ରେସର ସଂକଳ୍ପ ପତ୍ର ଜିଲ୍ଲା କଂଗ୍ରେସ ସଭାପତି ରବି ରାୟଙ୍କ ପ୍ରତେକ୍ଷ ତତତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପଶ୍ଚିମାଞ୍ଚଳ ମିଡ଼ିଆ କୋ ଅଡିନେଟର ଡଃ ହମିଦ ହୁସେନଙ୍କ ସହଯୋଗରେ ପ୍ରଦେଶ କଂଗ୍ରେସ କମିଟି ରାଜ୍ୟବାସୀଙ୍କ ନିକଟରେ ୯୦ଟି ଇସ୍ତାହାର ଘୋଷଣା ସହିତ ଦୃଢ଼ ସଂକଳ୍ପ ପୂର୍ବକ ରାଜ୍ୟରେ କଂଗ୍ରେସ ସରକାର ପ୍ରତିଷ୍ଠା ହେଲେ ସରକାର ଗଠନ ହେବାର ପ୍ରଥମ ଚାରିବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବ ବୋଲି ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରାଉରକେଲା ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ଓ ସଭ୍ୟାମାନେ ସହଯୋଗ କରିଥିଲେ। ଏହା ସହିତ କିପରି ଭାବେ କଂଗ୍ରେସ ପୁଣି ସାଧାରଣ ଜନତାଙ୍କ ପାଇଁ ସେମାନଙ୍କ ଅସୁବିଧା କୁ ଦୁରେଇ ବାରେ ସକ୍ଷମ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା