କଂଗ୍ରେସର ପରିବର୍ତ୍ତନ ସମାବେଶ

158

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ନେତା ଓ କର୍ମୀ କଂଗ୍ରେସ ପତାକା ଧରି କଂଗ୍ରେସ ଜିନ୍ଦାବାଦ୍,ସୋନିଆ ଗାନ୍ଧୀ ଜିନ୍ଦାବାଦ୍, ରାହୁଲ ଗାନ୍ଧୀ ଜିନ୍ଦାବାଦ୍ ପ୍ରବୃତ୍ତି ସ୍ଲୋଗାନ ଦେଇ ବାହାରି ବି ଏନ୍ ପ୍ୟାଲେସ ଠାରେ ପହଞ୍ଚିଥିଲେ।ଏହା ପରେ ପରିବର୍ତ୍ତନ ସମାବେଶର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୂର୍ବତନ ଗୋପାଳପୁର ବିଧାୟକ ତ୍ରିନାଥ ବେହେରା, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି,ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପକ୍ଷରୁ ମନୋନୀତ ହୋଇଥିବା ବିଧାୟକ ପାର୍ଥି ବିଜୟ ପଟ୍ଟନାୟକ ଓ ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପକ୍ଷରୁ ମନୋନୀତ ହୋଇ ଥିବା ବିଧାୟକ ପାର୍ଥି ଦାଶରଥି ଗୋମାଙ୍ଗ, ବରିଷ୍ଠ କଂଗ୍ରେସ ନେତା ଜୟ ମୋହନ ରାଓ,ବିଷ୍ଣୁ ମୂର୍ତ୍ତି ,ଈଶ୍ୱର ମାଝି,ବସନ୍ତ ପଣ୍ଡା,ସୂର୍ଯ୍ୟ ପାତ୍ର,ରାମପ୍ରସାଦ ପଟ୍ଟନାୟକ, ଲଳିତ ମୋହନ ଦଣ୍ଡସେନା,ଯସ୍ମୀନ,ରଞ୍ଜିତା ପାଣିଗ୍ରାହୀ, ଗୀତାଞ୍ଜଳି ଭୂୟାଁ ପ୍ରମୁଖ ମଞ୍ଚାସିନ ଥିଲେ।ପୂର୍ବତନ ମନ୍ତ୍ରୀ ହଳଧର କାର୍ଜି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ କଂଗ୍ରେସ ନଗର ସଭାପତି ବସନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା 2024 ନିର୍ବାଚନରେ କଂଗ୍ରେସ କିପରି ଲୋକସଭା ଏବଂ ବିଧାନସଭା ଆସନ ହାତେଇବ ତା ଉପରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଶେଷରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More