କଂଗେସ ସାଂସଦ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଚର୍ଚ୍ଚରେ ପ୍ରାର୍ଥନା

33

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ସଦରମହକୁମା ପ୍ରଧାନ ମଣ୍ଡଳୀ ଠାରେ ଡାବୁଗାଁ ପୂର୍ବତନ ବିଧାୟକ ତଥା ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ, ନବରଙ୍ଗପୁର ବିଧାୟକ ପ୍ରାର୍ଥୀ ଦିଲୀପ ପ୍ରଧାନୀ ଆଜି ପ୍ରଭୁ ଯୀଶୁ ଙ୍କ ଠାରେ ମିଳିତ ଭାବେ ପ୍ରାର୍ଥନା କରିଥିଲେ।ଆମ୍ଭେମାନେ ଯେପରି ସର୍ବତୋଭାବେ ଈଶ୍ୱର ପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ନିର୍ବିଘ୍ନରେ ଜୀବନ ଯାପନ କରିପାରୁ ,ଏଥିନିମନ୍ତେ ସର୍ବସାଧାରଣ ଲୋକଙ୍କ ପାଇଁ,ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ନିବେଦନ , ପ୍ରାର୍ଥନା , ବିନତି,ଓ ଧନ୍ୟବାଦ, ଉତ୍ସର୍ଗ କରିବା ନିମନ୍ତେ ମୁଁ ସର୍ବ ପ୍ରଥମେ ଅନୁରୋଧ କରୁଅଛି ଏହା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଦୃଷ୍ଟି ରେ ଉତ୍ତମ ଓ ସୁଗ୍ରାହ୍ୟ ଅଟେ।ପବିତ୍ର ବାଇବଲ ୧ତୀମଥି ୨;୧ରୁ ୩ ରେ ବାକ୍ୟ ପାଠ କରି ଚର୍ଚ୍ଚ ର ନେତୃତ୍ୱ ନେଉଥିବା ଅକ୍ଷୟ ସୁନା,ମନୋଜ କୁମାର ସାଧୁ, ରବି ଗରଡା, ସୁମିତ୍ ସୁମନ ଲକ୍ଷ୍ମଣ,ସମେତ ଅନ୍ୟାନ୍ୟ ନେତୃ ମଣ୍ଡଳୀ ଉପସ୍ଥିତ ରହି ଉଭୟଙ୍କ ପାଇଁ ପ୍ରାର୍ଥନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଶରତ ଡଙ୍ଗରୀ ଯୁବ କଂଗେସ ସଭାପତି ସୁରଜ୍ ଲାଲ୍ ସମେତ କଂଗ୍ରେସ ର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More