ଓଡିଶା ଜନତା ପାର୍ଟି ତରଫରୁ ସାମ୍ବାଦିକ ସମ୍ମିଳନୀ

94

Get real time updates directly on you device, subscribe now.

ଭୁବନେଶ୍ବର(ସଂଘର୍ଷ ମିଡିଆ) : – ଆଜି ଓଡିଶା ଜନତା ପାର୍ଟି ତରଫରୁ ବୁଲୁନ ଭାଇ ସେବା ସଦନ , ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜନତା ପାର୍ଟି ରାଜ୍ୟ ସଭାପତି ତଥାଗତ ସ୍ଵାଇଁଙ୍କ ସଭାପତିତ୍ଵରେ ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ଦଳ କିପରି ୧୪୭ ବିଧାନ ସଭା ଓ ୨୧ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ ଦେବ ସେ ବିଷୟରେ ସଭାପତି ଶ୍ରୀ ସ୍ଵାଇଁ ଆଲୋକପାତ କରିଥିଲେ । ଶ୍ରୀ ସ୍ଵାଇଁ ରାଜ୍ୟରେ ଚାଲିଥିବା ବିଜେଡ଼ି ସରକାର ଉପରେ ବର୍ଷିଥିଲେ । ଶ୍ରୀ ସ୍ଵାଇଁ ମଧ୍ୟ ରାଜ୍ୟ ବିଜେପି ଉପରେ ବର୍ଷିଥିଲେ , କହିଲେ ସଠିକ ବିରୋଧିଦଳର ଭୂମିକା ବିଜେପି ନିଭାଇ ପାରିଲାନି । ରାଜ୍ୟରେ ଏବେ ଦାଦନ ଖଟିବାକୁ ହଜାର ହଜାର ଶ୍ରମିକ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ରାଜ୍ୟ ୩୦ ବର୍ଷ ତଳେ ଯାହା ଥିଲା ଏବେବି ସେପରି ଅଛି ବୋଲି ଶ୍ରୀ ସ୍ଵାଇଁ ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍କ୍ରୀନିଂ କମିଟି ଅଧକ୍ଷ ତ୍ରିଭୁବନ ମୋହନ ମହାପାତ୍ର , ରାଜ୍ୟ ଉପସଭାପତି ରୁଦ୍ର ନରାୟନ ଜିତବାବୁ , ରାଜ୍ୟ ସାଧାରଣ ସମ୍ପାଦକ ଜୟନ୍ତ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More