ଭୁବନେଶ୍ବର(ସଂଘର୍ଷ ମିଡିଆ) : – ଓଡିଶାରେ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି । ଧରାଶାୟୀ ହେଲା ବିଜେଡ଼ି ୨୪ ବର୍ଷର ବିଜେଡ଼ି ସରକାର । ନିର୍ବାଚନର ପ୍ରଥମ ଶେଷ ପର୍ଯ୍ୟାୟ ଭୋଟଗଣତିରେ ବିଜେପି ବାଜିମାତ୍ କରିବାକୁ ଯାଉଛି, ହେଲେ ପ୍ରମୁଖ ଶାସକ ବିଜେଡ଼ି ଧରାଶାୟୀ ହୋଇଛି। ହେଲେ ଚଳିତ ନିର୍ବାଚନରେ ବିଜେଡ଼ି ଦଳର ଏପର୍ଯ୍ୟନ୍ତ ମିଳିଥିବା ବିବରଣୀରୁ ନୈରାଶ୍ୟଜନକ ପ୍ରଦର୍ଶନ ଲକ୍ଷ୍ୟ କରାଯାଇଛି। ହସ୍ତଗତ ବିବରଣୀ ଅନୁଯାୟୀ ବିଜେଡ଼ି କେତେକ ଜିଲାରେ ଖାତା ଖୋଲିବାର ସୁଯୋଗ ପାଇନାହିଁ। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ସ୍ବର ଉତ୍ତୋଳନ କରିଥିଲେ ହେଁ ଲୋକଙ୍କ ଉପରେ ଏସବୁର ପ୍ରଭାବ ପଡ଼ିଛି । ଅନ୍ୟପକ୍ଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୈତିକ ଗୋଟି ଚାଳନା ଫେଲ ମାରିଛି । ବିଜେଡ଼ିର ଚାଣକ୍ୟ ଭି କେ ପାଣ୍ଡିଆନଙ୍କ ରାଜନୈତିକ ଗୋତିଚାଳନା ଫେଲ ମାରିଛି । ବର୍ତ୍ତମାନ ସୁଦ୍ଧା ବିଜେପି ଓଡିଶାରେ ସରକାର ଗଠନ ପାଇଁ ଯାଉଛି । ଦୀର୍ଘ ୨୪ ବର୍ଷପରେ ଓଡିଶା ଦେଖିବ ନୂଆ ସରକାର ।