ଗଜପତି (ସଂଘର୍ଷ ମିଡିଆ); – ପାରଳାଖେମୁଣ୍ଡି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ରେଳଷ୍ଟେସନ ଓଡ଼ିଶାର ପୂର୍ବତନ ମୂଖ୍ୟ ଶାସନ ସଚିବ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଚାର କମିଟିର ଚେୟାରମେନ ଶ୍ରୀ ବିଜୟ କୁମାର ପଟ୍ଟନାୟକ ରେଳଷ୍ଟେସନ ପରିଦର୍ଶନ କରିଥିଲେ। ଶ୍ରୀ ପଟ୍ଟନାୟକ ପାରଳଖେମୁଣ୍ଡି ରେଳଷ୍ଟେସନ ପରିଦର୍ଶନ କରିବା ପରେ ଆଶ୍ଚର୍ଯ୍ୟ ହେଇଥିଲେ! ଯାହା କି ପାରଳାଖେମୁଣ୍ଡି ହେଉଛି ଜିଲ୍ଲା ସଦରମହକୁମା ରେ ରେଳଷ୍ଟେସନ ଏତେ ଦୟନୀୟ ଅବସ୍ଥା ରେ ରହିଛି ଯାହା ଫଳରେ ଯାତ୍ରୀ ମାନେ ନା ଠିଆ ହେବା ପାଇଁ ଅଛି ନା ବସିବାକୁ ସ୍ତାନ ଆଛି। ଏଠାରେ ସହ ସହ ଯାତ୍ରୀମାନେ ବାହାର କୁ ଯିବା ଆସିବା କରୁଛନ୍ତି। ଏଠାରେ ସୁଣିବାକୁ ମିଳିଛି ଯେ ପାରଳଖେମୁଣ୍ଡି ଓ ପାରଳଖେମୁଣ୍ଡି ଆଖପାଖ ଅଞ୍ଚଳବାସୀ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବା ଆସିବା କରିବାପାଇଁ ବହୁତ ଲଗେଜ ନେଉଥିବା ଏବଂ ନିଜର ଜିନିଷ ପତ୍ର ଧରି ଠିଆ ହେବା ପାଇଁ କୋୖଣସି ପ୍ରକାର ବ୍ୟବସ୍ଥା କରାଯାଇନଥିବା ଦେଖିବାକୁ ମିଳିଛି। ବର୍ତମାନ ଏହି ରେଳଷ୍ଟେସନରେ ଯାତ୍ରୀଙ୍କ ଅସୁବିଧା ହେଉଥିବା ବିଷୟରେ ଗୋଟିଏ ଷ୍ଟେସନ ଅଞ୍ଚଳର ପରିସ୍ଥିତି ସମ୍ପର୍କରେ ଗୋଟିଏ ଭିଡିଓ ରେକଡିଂ କରିଥିଲେ। ଏହି ରେଳ ଷ୍ଟେସନରେ ଉପସ୍ଥିତ ଥିବା ଆଞ୍ଚଳିକ ବାସିନ୍ଦା ସହିତ ଆଲୋଚନା କରିବା ପରେ ଶ୍ରୀ ପଟ୍ଟନାୟକ ରେଳ ବିଭାଗ ଜିଏମ ସହିତ ଯୋଗାଯୋଗ କରିବା ବେଳେ ତାଙ୍କ ସହିତ ଯୋଗାଯୋଗ ହୋଇ ପାରିନଥିଲା। ଅପରପକ୍ଷରେ ରେଳ ମନ୍ତ୍ରୀ ଶ୍ରୀ ଯୁକ୍ତ ଅସ୍ମୀନି ବୈଷ୍ଣବ ସହିତ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିଥିଲେ। ରେଳ ବିଭାଗ ମନ୍ତ୍ରୀ ଶ୍ରୀ ବୈଷ୍ଣବ ବିଜୟ ପଟ୍ଟନାୟକଙ୍କ ଅଭିଯୋଗ କୁ ଶ୍ବୀକାର କରିବା ସହିତ ଏହା ଉପରେ ନିଶ୍ଚୟ ଭାବେ ପଦକ୍ଷେପ ନେବାକୁ ଶ୍ରୀ ବିଜୟ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ବସନ୍ତ କୁମାର ପଣ୍ଡା, ବିଭୁତି ଭୁଷଣ ପାତ୍ର, କୁନା ମାଝୀ ପ୍ରମୁଖ କଂଗ୍ରେସ କମିଟି ପକ୍ଷରୁ ନେତା କର୍ମୀମାନେ ଉପସ୍ଥିତ ଥିଲେ।