ଏଥର ବିଜେଡ଼ିରୁ ବାଦ ପଡିବେକି ଦଳୀୟ ଅମଦାନୀ ନେତା ଶଶିଭୂଷଣ ବେହେରା ?

101

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଏଥର ବିଜେଡ଼ିରୁ ବାଦ ପଡିବେକି ବିଜେଡ଼ିରୁ ଅମଦାନୀ ନେତା ଶଶିଭୂଷଣ ବେହେରା ? ୨୦୧୯ ନିର୍ବାଚନରେ ଭୁବନେଶ୍ବରରୁ ଆସିଲେ ବିଜେଡ଼ିର ଅମଦାନୀ ନେତା ଶଶିଭୂଷଣ ବେହେରା । ସେତେବେଳେ ଦାବିଦାର ଥିଲେ ରାଜନଗରର ବିଜେଡ଼ି ନେତା କିଶୋର ଚନ୍ଦ୍ର ତରେଇ । କିଶୋର ବାବୁ କଂଗ୍ରେସ ନେତା ଗଣେଶ୍ଵର ବେହେରାଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ । କିନ୍ତୁ ବିଜେଡ଼ି ଭୁଲିଗଲା କିଶୋର ବାବୁଙ୍କୁ । ବିଜେଡ଼ିର ଅମଦାନୀ ନେତା ପ୍ରାର୍ଥୀ ହେଲେ ଶଶିଭୂଷଣ ବେହେରା । ବାବୁ ଶଶିଭୂଷଣ ମଧ୍ୟ ଜିତିଲେ । ହେଲେ ତାଙ୍କ ସମୟରେ ନା ହୋଇଛି କେନ୍ଦ୍ରାପଡାର ବିକାଶ , ନା ହୋଇଛି ଶିଳ୍ପ କ୍ଷେତ୍ରରେ ବିକାଶ । ମନ୍ଦିର ଉନ୍ନତିକରଣ ପାଇଁ ସରକାର ଖର୍ଚ କଲେ କୋଟି କୋଟି ଟଙ୍କା , କିନ୍ତୁ ଭୁଲିଗଲେ ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିରକୁ । କେନ୍ଦ୍ରାପଡା ମୁନିସପଲିଟି ସର୍ବ ପୁରାତନ ମୁନିସପଲିଟି, କିନ୍ତୁ ଅସରାଏ ବର୍ଷାରେ କୃତିମ ବନ୍ୟା ସୃଷ୍ଟି ହୁଏ । ଶୁଣିବାକୁ ମିଳେ ଏବେ ବାବୁ କିଶୋର ଚନ୍ଦ୍ର ତରେଇ ବିଜେପିରେ ଯୋଗଦେବେ । ମାଟିର ପୁଅ କିଶୋରଙ୍କ ପାଇଁ ଏବେବି ଜନସମର୍ଥନ ଅଛି । ସମୟ ଆସିଛି କେନ୍ଦ୍ରାପଡାବାସୀ ଅମଦାନୀ ନେତାଙ୍କୁ ଠିକ୍ ସମୟରେ ଠିକ୍ ଜବାବ ବାଲାଟ ବାକ୍ସରେ ଦେବେ । ବ୍ଯୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More