ଏଥର ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର : ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ

102

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେପି ନେତା ପ୍ରଶାନ୍ତ ଜଜଗଦ୍ଦେବ । ତେବେ ଜଗନ୍ନାଥ ଦର୍ଶନ ପରେ ସେ ବିସ୍ଫୋରକ ବୟାନ ଦେଇଛନ୍ତି। ପ୍ରଶାନ୍ତ କହିଚନ୍ତି ବିଜେପିକୁ ଲୋକସଭା ଆସନରେ ଜିତାଇବା ପାଇଁ ବିଜେଡି ଡ଼ିଲ କରିଚି। ଅନେକ ସ୍ଥାନରେ ବିଜେଡି ବିଜେପି ବିପକ୍ଷରେ ଦୁର୍ବଳ ପ୍ରାର୍ଥୀ ଦେଇଚି। ଯାହାର ଉଦାହରଣ ସମ୍ବ ଲପୁର ଲୋକସଭା ଆସନ। ବିଜେଡି ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ତାଙ୍କୁ ପ୍ରାର୍ଥୀ କରି ବଳୀ ପକାଇଛି। ସମ୍ବଲପୁରରେ ଉପକୂଳ ଜିଲାବାସୀଙ୍କ ପ୍ରତି ନକାରାତ୍ମକ ଭାବନା ଥିବା ବେଳେ ଏହାର ଶିକାର ହେବେ ପ୍ରଣବ ପ୍ରକାଶ ଦାସ। ସେଠାରେ ସେ ଶୋଚନୀୟ ପରାଜୟ ବରଣ କରିବେ। ସେହିପରି ଅନ୍ୟ ଏକ ଉଦାହରଣ ଦେଇ ପ୍ରଶାନ୍ତ କହିଛନ୍ତି ପୁରୀ ଲୋକସଭାର ବିଜେପି ପ୍ରାର୍ଥୀ ଏବେଠୁ ଜିତି ସାରିଲେଣି। କାରଣ ଅରୁପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଏହା ସ୍ପଷ୍ଟ ହୋଇ ଯାଇଚି।ସେ କହିଚନ୍ତି ତାଂକୁ ଦଳ ହିଞ୍ଜିଳି ରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧ ରେ ପ୍ରାର୍ଥୀ କଲେ ମଧ୍ଯ ସେ ଲଢେଇ କରିବେ। ସେ ପୁର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ଲଢେ଼ଇ କରିଛନ୍ତି। ଆଉ ଏବେ ନବିନ ପଟନାୟକ ଦୁର୍ବଳ ହୋଇ ଗଲେଣି। ଦୀର୍ଘ 24 ବର୍ଷର ଶାସକ ଦୁର୍ବଳ ହୋଇ ଗଲାଣି। ଏହା ପ୍ରାକୃତିକ ପ୍ରକ୍ରିୟା। ଶିଶୁ ଟିଏ ଯୁବକ ହୁଏ, ପରେ ବୃଦ୍ଧ ହୁଏ। ଏଣୁ ବିଜେଡି ଶାସନ ଏବେ ବୃଦ୍ଧ ଅବସ୍ଥାକୁ ଚାଲି ଆସିଚି ବୋଲି ପ୍ରଶାନ୍ତ ଜଗଦେବ କହିଚନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ଆଉ ଭଲ ନାହିଁ। ସେ ଲୋକଙ୍କ ନିକଟ ରେ ଆଉ ପହଞ୍ଚିବା ସ୍ଥିତି ରେ ନାହାନ୍ତି। ଏଣୁ ଲୋକ ବୁଝି ସାରିଲେଣି। ଏଥର ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ପ୍ରଶାନ୍ତ ଦୃଢକ୍ତି ପ୍ରକାସ କରିଛନ୍ତି। ପ୍ରଶାନ୍ତ କହିଛନ୍ତି ବିଜେଡି ଦୁର୍ବଳ ହୋଇ ଯାଇଥିବାରୁ ବିଜେପି ସହ ମେଣ୍ଟ ପାଇଁ ଚାହୁଁଥିଲେ। ହେଲେ ବିଜେପି ଏହା ଗ୍ରହଣ କଲାନାହିଁ। ବିଜେପିର ମାନସ ସନ୍ତାନ ହେଉଚି ବିଜେଡି। ବିଜେଡିରେ ଗଣତନ୍ତ୍ର ଆଉ ନଥିବା ବେଳେ ଦଳ ସମ୍ପୂର୍ଣ ଦୁର୍ବଳ ହୋଇ ପଡ଼ିଚି । ଆଜି ନହେଲେ କାଲି ବିଜେଡି ବିଜେପି ରେ ବିଲୟ ହେବା ନିଶ୍ଚିତ ବୋଲି ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More