ଆସନ୍ତା ୧୯ ତାରିଖରେ ଓଡିଶାରେ ବିଜେପି ସରକାର ଗଠନର ୧୦୦ ଦିନ ପୂର୍ତ୍ତି ପୁରୀରେ ପାଳନ ହେବ

21

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆସନ୍ତା 19 ତାରିଖରେ ରାଜ୍ଯ ରେ ବିଜେପି ସରକାର୍ ଗଠନ କରିବା ର 100 ଦିନ ପୂରଣ ହେବ। ଏଣୁ ସରକାର ଗଠନ ର 100 ଦିନ ପୂର୍ତ୍ତି କୁ ଏକ ଭବ୍ୟ ଉତ୍ସବ ଭାବରେ ବିଜେପି ପାଳନ କରିବା ପାଈଁ ପୁରୀ ସରଧା ବାଲି ରେ ଏକ ବିଶାଳ ଭବ୍ୟ କାର୍ଯ୍ୟକ୍ରମ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସମେତ ମନ୍ତ୍ରୀ ମଣ୍ଡଳ , ସବୁ ବିଧାୟକ, ସାଂସଦ ଏହି ଭବ୍ୟ ବିରାଟ କାର୍ଯ୍ୟକ୍ରମ ରେ ସାମିଲ ହେବେ। ତେବେ ଏହାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଉପ ମୂଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ମଙ୍ଗଳବାର ସଂଧ୍ୟା ରେ ପୁରୀ ଶରଧା ବାଲି ରେ ଉପ ମୂଖ୍ୟମନ୍ତ୍ରୀ ପହଂଚି କାର୍ଯ୍ୟକ୍ରମ ପ୍ରସ୍ତୁତି ତଦାରଖ କରିଥିଲେ। ପୁରୀ ଜିଲାପାଳ, ଏସପି, ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପାଇଁ କିଭଳି ପ୍ରସ୍ତୁତି ହୋଇଚି ତାହାକୁ ଉପ ମୂଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ପ୍ରତିକ୍ରିୟାରେ କହିଚନ୍ତି, ଆସନ୍ତା 19 ତାରିଖ ରେ ଓଡିଶା ରେ ବିଜେପି ସରକାର ଗଠନ ହେବାର 100 ଦିନ ପୂରିବ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆମେ ସରକାରକୁ ଆସିଥିଲୁ। ସରକାର୍ ଗଠେନ ହେବା ପରେ ପ୍ରଥମ କ୍ୟାବିନେଟ୍ ମନ୍ତ୍ରୀ ମଣ୍ଡଳ ପ୍ରଥମେ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଥିଲୁ। ଏଣୁ ବିଜେପି ସରକାର୍ 100 ଦିନ ପୂରଣ କରିବା ଅବସରରେ ପୁରୀ ସରଧା ବାଲିରୁ 100 ଦିନ ପୂର୍ତ୍ତି ପାଳନ ଉତ୍ସବ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମ ରେ ଯୋଗଦେବେ। ଏହା ପରେ ପ୍ରତି ଜିଲାରେ ଏହି 100 ଦିନ ପୂର୍ତ୍ତି କାର୍ଯ୍ୟକ୍ରମ ପାଳନ ହେବ। କିନ୍ତୁ ପ୍ରଥମେ ଶ୍ରୀକ୍ଷେତ୍ରରୁ ଏହି କାର୍ଯ୍ୟକ୍ରମ ଅସନ୍ତା 19 ତାରିଖରୁ ଆରମ୍ଭ ହେବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସରକାରଙ୍କ ସଫଳତାର ପ୍ରଦର୍ଶନୀ ମଧ୍ଯ ହେବ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବିଜେପି ଅଗାମି ଦିନରେ ଓଡିଶା ବାସୀ ଙ୍କ ଉନ୍ନତି ପାଇଁ ଆହୁରି ଜୋର୍ ରେ କାର୍ଯ୍ୟ କରିବ ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ଓଡିଶାରେ ବିଜେପି ସରକାର୍ ଗଠନ ର 100 ଦିନ ପୂର୍ତ୍ତି ପୁରୀରେ ପାଳନ ହେବ। ଏହା ପ୍ରଥମେ ପୁରୀ ରୁ ଆରମ୍ଭ ହେଉଥିବା ବେଳେଆମେ ସମସ୍ତେ ଉତ୍ସାହିତ ଅଛୁ। ଜିଲା ରୁ ବହୁ ନେତା, କର୍ମୀ, ଆସିବେ। ରାଜ୍ୟ ମନ୍ତ୍ରୀମଣ୍ଡଳ ସଦସ୍ୟ, ବିଜେପିର ସାଂସଦ ମାନେ ମଧ୍ୟ ଆସିବେ। ଏହା ଏକ ଭଲ କାର୍ଯକ୍ରମ। ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି। ଆମେ ଯାହା କହିଥିଲୁ ତାହା ଆମେ 100 ଦିନ ମଧ୍ୟ ରେ ପୂରଣ କରିଚୁ। ଏଣୁ 100 ଦିନ ପୂର୍ତ୍ତି ଉତ୍ସବ କୁ ଖୁବ୍ ଧୁମ୍ ଧାମ ରେ ପାଳନ ହେବ। ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ଆସନ୍ତା 19 ତାରିଖ ରେ ମୂଖ୍ୟମନ୍ତ୍ରୀ ଙ୍କ ସହିତ କ୍ୟାବିନେଟ୍ ମନ୍ତ୍ରୀ ଗଣ, ସମସ୍ତ ବିଧାୟକ, ସାଂସଦ ମାନେ ପୁରୀ ଆସିବେ। ସରଧାବାଲିରେ ନୁଆ ସରକାରର 100 ଦିନ ପୂର୍ତ୍ତି ଉତ୍ସବରେ ଯୋଗ ଦେବେ। ସେଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମ ପାଈଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯେହେତୁ 15 ରୁ 20 ହଜାର ଲୋକଙ୍କ ସମାଗମ ହେବାର ଅଛି ଭିଡ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହିତ ପାର୍କିଂ ବ୍ୟବସ୍ଥା, ଟ୍ରାଫିକ ସୁ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଚି। ଭିଭିଆଇପିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଚି। ତେବେ ଅତିଥି ମାନେ ଶ୍ରୀ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହୁଥିବାରୁ ଶ୍ରୀ ମନ୍ଦିର ରେ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଚି। କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବିଭାଗକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ସବୁ ପ୍ରକାର ବ୍ୟବସ୍ଥା ହୋଇଚି। 35 ରୁ 40 ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ଵ ରେ ରହିବେ। ଜିଲା ବାହାରୁ ମଧ୍ୟ ଅଭିଜ୍ଞ ଅଫିସରଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ବ ରେ ନିୟୋଜିତ କରାଯିବାର ଯୋଜନା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More