ପୁରୀ(ସଂଘର୍ଷ ମିଡିଆ) : – ଆମ ଓଡ଼ିଶା ନବିନ ଓଡ଼ିଶା ନାମରେ ଚାଲିଥିବା ବେଆଇନ କାର୍ଯ୍ୟକୁ ପୁରୀରେ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ବିଶେଷ କରି ଆମ ଓଡ଼ିଶା ନବିନ ଓଡ଼ିଶା ସ୍କିମରେ ସରପଞ୍ଚ, ସମିତି ସଭ୍ୟ ଏବଂ ଗ୍ରାମ୍ୟ କମିଟିର ବିନା ଅନୁମୋଦନରେ ପ୍ରକଳ୍ପ ଅନୁମୋଦନକୁ ସତ୍ୟବାଦୀ ବିଜେପି ବିରୋଧ କରିଚି। ସତ୍ୟବାଦୀର ବିଜେପିର ଯୁବ ନେତା ଓମ୍ ପ୍ରକାଶ ମିଶ୍ରଙ୍କ ନେତୃତ୍ଵରେ ସତ୍ୟବାଦୀ ବ୍ଳକର 14 ଟି ପଂଚାୟତର ସରପଞ୍ଚ, 9 ଜଣ ସମିତି ସଭ୍ୟ ପୁରୀ ଜିଲାପାଳଙ୍କୁ ଭେଟି ଏହି ବେଆଇନ କାର୍ଯ୍ୟ ବନ୍ଦ ପାଇଁ ନିର୍ଦେଶ ଦେବାକୁ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁ ଦିଆଯାଇଛି। ଆଗାମୀ 7 ଦିନ ଭିତରେ ପୁରୀ ଜିଲ୍ଲାପାଳ କୌଣସି ପଦକ୍ଷେପ ନ ନେଲେ ବିଜେପି ପକ୍ଷରୁ ସତ୍ୟବାଦୀ ବ୍ଳକ୍ ସମ୍ମୁଖରେ ଧାରଣା ଦିଆଯିବ ଏବଂ ଏଥି ପାଇ ଯଦି କିଛି ଅପ୍ରିତୀକର ପରିସ୍ଥିତି ଉପୁଜେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ବିଜେପି ଚେତାବନୀ ଦେଇଛି। ବିଜେପି ନେତା ଓମ୍ ପ୍ରକାଶ ମିଶ୍ର କହିଛନ୍ତି ଲୋକ ପ୍ରତିନିଧିଙ୍କ ମତାମତ ନିଆଯାଇ ସବୁ କାର୍ଯ କରାଯିବା ବିଧି ରହିଚି ଆମ ସମ୍ବିଧାନରେ । ହେଲେ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିଜେଡି ଧ୍ଵଂସ କରିବାରେ ଲାଗିଚି। ଆମ ଓଡ଼ିଶା ନବିନ ଓଡ଼ିଶା ସ୍କୀମରେ ଆସିଥିବା ଅର୍ଥ ବିଜେଡି ବିଧାୟକ, ବ୍ଳକ୍ ଅଧ୍ୟକ୍ଷ ଦଳୀୟ ଭିତିରେ ପ୍ରକଳ୍ପ ବଣ୍ଟନ କରୁଛନ୍ତି। ନେତା, ଠିକାଦାର ଓ ସରକାରୀ ଅଧିକାରୀ ମିଳିମିଶି ପ୍ରକଳ୍ପ ଆଳରେ ନିମ୍ନ ମାନର କାର୍ଯ୍ୟ କରି ଟଂକା ଆତ୍ମସାତ କରୁଛନ୍ତି। ପଞ୍ଚାୟତ ରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ରେ ସରପଞ୍ଚ, ସମିତି ସଭ୍ୟ, ଗ୍ରାମ୍ୟ କମିଟିର ଭୁକିକାକୁ ଅଣଦେଖା କରାଯାଉଛି। ତେବେ ଏହି ବେଆଇନ କାର୍ଯ୍ଯକୁ ପୁରୀ ଜିଲାପାଳ ବନ୍ଦ ନ କଲେ ବିଜେପି ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି।