ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମିଳନୀ

20

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ଆମ ଆଦମୀ ପାର୍ଟି ତରଫରୁ ସାମ୍ବାଦିକ ସମିଳନୀ ପୁରୀ ଭକ୍ତ ସାଲବେଗ ପୀଠରେ ଆୟୋଜନ କରାଯାଇଥିଲା । ଏଥିରେ ସ୍ୱର୍ଗଦ୍ୱାରରେ ଘିଅ ଦୁର୍ନୀତିକୁ ଉଜାଗର କରାଯାଇଥିଲା । ଶ୍ରୀ ମନ୍ଦିର ପରି ସ୍ୱର୍ଗଦ୍ୱାରକୁ ମଧ୍ୟ ହିନ୍ଦୁ ମାନ୍ୟତା ଅନୁସାରେ ପବିତ୍ର ବୋଲି ସାଧାରଣ ଜନତା ମାନନ୍ତି । ସ୍ୱର୍ଗଦ୍ୱାରରେ ପ୍ରତିଦିନ 60ରୁ 70 ଶବ ସଂସ୍କାର କରାଯାଏ. ହରିଶ୍ଚନ୍ଦ୍ର ଯୋଜନାରେ କିଏ କରେ କି ନିଜ ହାତରୁ କରେ. ସେଇ ଅନୁସାରେ ସେଠି ସାମଗ୍ରୀ ମଧ୍ୟ ଲାଗେ. ଶବ ସଂସ୍କାର ରେ ଘିଅ ଯେମିତି ହେଲେ ଦରକାର ହୁଏ, ଆବଶ୍ୟକ ଅନୁଯାଇ ସର୍ବନିମ୍ନ 1 kg ଘିଅର ଆବଶ୍ୟକତା ରହିଛି. ତେଣୁ ସେ ଘିଅ ଶୁଦ୍ଧ ବି ହେବା ଦରକାର । କିନ୍ତୁ ଆମେ ଜାଣିବାକୁ ପାଇଲୁ ଯେ ଯୋଉ ଘିଅ ଦିଆଯାଇଛି ସେ ଘିଅ କୁ ମିଶନ ଶକ୍ତି ରୁ ଦିଆଯାଇଛି ସେଥିରେ FSSAI ର sticker ରହିଛି । କିନ୍ତୁ ନା ଅଛି expiry date ନା ଅଛି mfg date… ଏହା ଏକ ଆଶ୍ଚର୍ଯ୍ୟ ର ବିଷୟ. ଏତେ ବଡ଼ ସଂସ୍ଥା,ସେ ପୁଣି ଓଡିଶା ସରକାର ଙ୍କ ମାନ୍ୟତା ପ୍ରାପ୍ତ. ସ୍ୱର୍ଗଦ୍ୱାର କମିଟିର ମୁଖ୍ୟ ଜିଲ୍ଲାପାଳ । ତେଣୁ କେମିତି ଏତେ ବଡ଼ ଘୋଟଲା ଚାଲିଛି ଏତେ ଦିନ ହେଲା. ସବୁଠୁ ବଡ଼ କଥା ହେଲା ଯୋଉ ସଂସ୍ଥା ଏହାର tender ନେଇଛି ତାଙ୍କ ଉପରେ ପୂର୍ବରୁ ଛତୁଆ ଦୁର୍ନୀତି ର ଆରୋପ ଲାଗିଛି… ଏ ଘିଅର production ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ରେ ହଉଚି ସେଠୁ supply ହଉଚି.. ସରକାର ବଦଳିଲା, ରଙ୍ଗ ବଦଳିବା ବେଳେ ଠିକାଦାର ସମାନ ରହିଗଲେ…. ଏହି ଘିଅ ଅପମିଶ୍ରିତ ନୁହେଁ ବୋଲି ସରକାର କହିପାରିବେ କି.. ସରକାରଙ୍କ ଅଧିକାରୀ ମାନେ ଆଖିରେ ପୁଟୁଳି ବାନ୍ଧି ଦେଇଛନ୍ତି ବୋଲି ଜଣାପଡୁଛି.ଆମର ଦାବୀ….1.. ଏ ଘିଅ ର ଶୁଦ୍ଧତା ର ଯାଞ୍ଚ କରାଯାଉ2… ଏହାର ମାନ ପରୀକ୍ଷା ନିରପେକ୍ଷ ଭାବେ କରାଯାଉ3… ଏହି sticker ସତ କି ମିଛ ତାର ତଦନ୍ତ ହେବା ଆବଶ୍ୟକ4… କେମିତି ବିନା batch no ବିନା date ରେ approval କରାଗଲା ସେ ଅଧିକାରୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ5…ormas ଓ ମିଶନ ଶକ୍ତି ଏହାର ସ୍ପଷ୍ଟୀକରଣ ଦିଅନ୍ତୁ6… ଉପ ମୁଖ୍ୟମନ୍ତ୍ରୀ ଙ୍କ କି ସ୍ୱାର୍ଥ ଅଛି ସେ ଜବାବ ଦିଅନ୍ତୁ ଯେ ଯୋଉ ସଂସ୍ଥା ନେଇଛି ଯେ ଛତୁଆ ଦୁର୍ନୀତି ର ଅଭିଯୋଗ ଥିବା ବେଳେ କେମିତି ସେ tender ପାଇଲେ.7.. ଏ ସବୁ ଜାଣିବା ପରେ ମଧ୍ୟ ଯଦି ସରକାର ଯଦି ଚୁପ ରୁହନ୍ତି ଆଗାମୀ 7 ଦିନ ଭିତରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ପୁରୀ ଆମ ଆଦମୀ ପାର୍ଟି ଉପ ଜିଲ୍ଲାପାଳ ଅଫିସ ଘେରାଉ କରିବ.ଆଜିର ଏ ସମିଳନୀ ରେ ପୁରୀ ଜିଲ୍ଲା ସଭାପତି ସଂଜୀବ କୁମାର ମହାନ୍ତି,ନଗର ସମ୍ପାଦକ ଜନ୍ମେଜୟ ଜେନା ଓ ନଗର ଉପ ସଭାପତି ଦେବ ପ୍ରଧାନ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More