ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପିପିଲି ବିଧାନସଭା ଅଞ୍ଚଳରେ ରାଜନୈତିକ ବାତାବରଣ ସରଗରମ

121

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ରାଜ୍ୟ ରାଜନୀତିରେ ପିପିଲି ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଥାଏ । ପୁରୀ ଜିଲ୍ଲା ପିପିଲି ବିଧାନସଭା ଆସନ। ଏବେ ଠାରୁ 2024 ସାଧାରଣ ନିର୍ବାଚନ ନିମନ୍ତେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି I ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ଆଶାୟୀ ପ୍ରାଥୀ ମାନଙ୍କ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି I କିଭଳି ନିର୍ବାଚନ ବୈତରଣୀ ପାରି ହେବେ ରଣନୀତି ସେଥି ପାଇଁ ସବୁ ଦଳ ପ୍ରସ୍ତୁତ ଚଳାଇ ଥିଲାବେଳେ ଏବେ ପିପିଲିରେ ଦେଖା ଦେଲାଣି ରାଜନୈତିକ କର୍ମୀ ବୈଠକ । ପିପିଲି ନିର୍ବାଚନ ମଣ୍ଡଳୀରେ ରହିଛି 46ଟି ପଂଚାୟତ ସହିତ ପିପିଲି ଏନ.ଏ.ସି I ସେଥି ମଧ୍ୟରୁ ପିପିଲି ବ୍ଲକ ଅଧୀନ ସମସ୍ତ 25 ଗୋଟି ପଞ୍ଚାୟତ ସହିତ ପିପିଲି ଏନ. ଏ. ସି ଏବଂ ଡେଲାଙ୍ଗ ବ୍ଲକ 21 ଟି ପଞ୍ଚାୟତ ରହିଛି ।ସମ୍ଭାବ୍ୟ ବିଜେପି ବିଜେଡି ମେଣ୍ଟ ଚର୍ଚ୍ଚା ପରେ ଉତ୍ସାହିତ ପିପିଲି କଂଗ୍ରେସ । ବିଜେପି ବିଜେଡି ମେଣ୍ଟ ହେଲେ କଂଗ୍ରେସ କୁ ଫାଇଦା ମିଳିବ ବୋଲି ଆଶା ରଖିଛି କଂଗ୍ରେସ । କଂଗ୍ରେସ ନେତା ତଥା ପୂର୍ବତନ ବ୍ଲକ ସଭାପତି ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁଙ୍କ ନେତୁତ୍ବ ପିପିଲି ସୁଆବରାଇ ଠାରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସ ସାଙ୍ଗଠନିକ ବୈଠକ । ବିଜେଡି ଓ ବିଜେପି ମେଣ୍ଟ କଂଗ୍ରେସକୁ କେବଳ ପିପିଲି ନୁହେଁ ସାରା ଓଡିଶାରେ ଫାଇଦା ଦେଵ ବୋଲି କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର କହିଛନ୍ତି । ଆଜି ସୁଆବରାଇ ବେଲେଶ୍ଵର ମହାଦେବ ପ୍ରାଙ୍ଗଣରେ କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେରେ କଂଗ୍ରେସ କର୍ମୀ ଏକାଠି ହୋଇ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ବାଜିମାତ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଧୀରେ ଧୀରେ ବିଜୁ ଜନତା ଦଳ ପ୍ରତି ଲୋକପ୍ରିୟତା ହ୍ରାସ ପାଉଥିବାରୁ କଂଗ୍ରେସ ଦଳରୁ ବିଜେପି ଓ ବିଜେଡ଼ି କୁ ଦଳକୁ ଯାଇଥିବା କର୍ମୀମାନେ ଏବେ ପୁଣି ଦଳକୁ ଫେରିବେ ବୋଲି କହିଥାନ୍ତି କର୍ମୀମାନେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More