ଆଗାମୀ ନିର୍ବାଚନ ରେ ଜିଟାପଟ ହାସଲ କରିବା ପାଇଁ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଶରଣରେ କଂଗ୍ରେସ ନେତା ପୃଥିବୀ ବଲ୍ଲଭ ପଟ୍ଟନାୟକ

34

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଗାମୀ ନିର୍ବାଚନରେ ଜିଟାପଟ ହାସଲ କରିବା ପାଇଁ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଶରଣରେ କଂଗ୍ରେସ ନେତା । ବେଗୁନିଆରୁ କଂଗ୍ରେସ ଦଳରୁ ବିଧାୟକ ଟିକେଟ ପାଇଥିବା ପୃଥିବୀ ବଲ୍ଲଭ ପଟ୍ଟନାୟକ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଚନ୍ତି। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୃଥିବୀ ବଲ୍ଲଭ ପଟ୍ଟନାୟକ କହିଛନ୍ତି ସେ ମହାପ୍ରଭୁ ଙ୍କୁ ଦର୍ଶନ କରି ସେ ପ୍ରାର୍ଥନା କରିଛନ୍ତି ତାଙ୍କୁ ପ୍ରଭୂ ଶକ୍ତି ପ୍ରଦାନ କରନ୍ତୁ।ସେ କିଭଳି ଅଧିକ ରୁ ଅଧିକ ଲୋକଙ୍କ ସେବା କରିପାରିବେ। ତେବେ ସେ ଲୋକଙ୍କ ସହ ଅଛନ୍ତି। ଗତ ପଂଚାୟତ ନିର୍ବାଚନରୁ ସେ ବିଭିନ୍ନ ପଞ୍ଚାୟତ ବୁଲି ଲୋକ ସମ୍ପର୍କ ରଖିଛନ୍ତି। ଲୋକ ଙ୍କ ସହଯୋଗ ମଧ୍ୟ ମିଳୁଚି। ଏଣୁ ତାଙ୍କୁ ଏହା ଉତ୍ସାହିତ କରିଚି। ତେବେ ବେଗୁନିଆ ବିଧାୟକ ଜିତିଲା ପରେ ଲୋକଙ୍କ ସୁଖ ଦୁଃଖ ରେ ନାହାନ୍ତି। ଯାହାକି ଲୋକଙ୍କ ମଧ୍ଯ ରେ ଅସନ୍ତୋଷ ରହିଚି। ସେହିପରି ବିଜେପି ବିଜେଡ଼ିଯେଭଳି ମେଣ୍ଟ ପାଇଁ ପରସ୍ପର ନିକଟତର ହେଲେ ତାହା ବିଜେପି ବିଜେଡ଼ିର ମୁଖା ଖୋଲିଦେଇଚି। ଲୋକ ମାନେ ବିଜେପି ବିଜେଡ଼ି ରୁ ଆସ୍ଥା ହରେଇ ସାରିଲେଣି। ବିକଳ୍ପ ଭାବେ କଂଗ୍ରେସକୁ ପସନ୍ଦ କରୁଛନ୍ତି। ଆଗାମୀ ନିର୍ବାଚନ ରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କଂଗ୍ରେସ ନେତା ପୃଥିବୀ ବଲ୍ଲଭ ପଟ୍ଟନାୟକ କହିଛନ୍ତି। ସେପଟେ ପୁରୀ ବିଧାନସଭା ଆସନ ପାଇଁ କଂଗ୍ରେସ ର ପ୍ରାର୍ଥୀ ହୋଇଥିବା ସୁଜିତ ମହାପାତ୍ର ମଧ୍ଯ ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଆଗାମୀ ନିର୍ବାଚନରେ ସେ ଲୋକଙ୍କ ହକ ପାଇଁ ଲଢେଇ କରିବେ। ଦୁର୍ନୀତି, ଗୁଣ୍ଡାରଜ୍ ବିରୋଧରେ ଲଢେଇ ହେବ। ଶିକ୍ଷା, ସ୍ବାସ୍ଥ୍ୟ ସେବା କିଭଳି ଲୋକ ଙ୍କ ନିକଟ ରେ ପହଂଚି ପାରିବ ସେ ନେଇ ଲଢେଇ ହେବ। ତେବେ ପୁରୀ ଅନେକ ସମସ୍ୟା ଥିବା ବେଳେ ବିଜେଡ଼ିର ପ୍ରାର୍ଥୀ ଏକ ଫିଲ୍ମ୍ ହଲ ମୁଖ୍ୟ ପ୍ରତିଷ୍ଠା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିବା କହିବା ପ୍ରସଙ୍ଗରେ ସେ କଟାକ୍ଷ କରିଛନ୍ତି। ପୁରାତନ କଲେଜ ଏସ ସି ଏସ କଲେଜ ବିଶ୍ଵବିଦ୍ୟାଳୟ ମାନ୍ୟତା ନ ପାଇବା, ପୁରୀ ସହରବାସୀଙ୍କ ପ୍ରମୁଖ ସମସ୍ୟା ଘର ଜଗା ବାଡ଼ିର ସ୍ଥାୟୀ ପଟା ନ ମିଳିବା, ଶ୍ରୀ ମନ୍ଦିର ଚାରି ଦ୍ୱାର ଭକ୍ତ ଙ୍କ ପାଇଁ ଖୋଲିବା, ରତ୍ନ ଭଣ୍ଡାର ଗଣତି, ମରାମତି ନ ହେବା ପ୍ରସଙ୍ଗ ଥିବା ବେଳେ ଏହାକୁ ପ୍ରସଙ୍ଗ ନକରି ବିଜେଡ଼ିର ପ୍ରାର୍ଥୀ ପୁରୀ ସହରବାସୀଙ୍କ ପାଇଁ ଏକ ଫିଲ୍ମ୍ ହଲ ତିଆରି କରିବା ତାଙ୍କ ଲକ୍ଷ୍ୟ ଥିବା କହିବା ଅତ୍ୟନ୍ତ ଲଜ୍ଜ୍ୟା ଜନକ ବୋଲି କଂଗ୍ରେସ ପ୍ରାର୍ଥୀ ସୁଜିତ୍ ମହାପାତ୍ର କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More