ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

82

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କଲେଜ୍ ନିର୍ବାଚନ ବନ୍ଦ ହେବା ପରେ ପୁରୀରେ ଏହା ଯୁବ ଛାତ୍ର ବିଜେଡିର ପ୍ରଥମ ବଡ ବନ୍ଧୁମିଳନ ବା ସମାବେଶ l ରାଜ୍ୟ ବିଜୁ ଛାତ୍ର ଜନତା ଦଳ ଉପସଭାପତି ନାରାୟଣ ପ୍ରସାଦ ସିଂହଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଜୁ ଜନତା ଦଳ ପୁରୀଜିଲ୍ଲା ସଭାପତି ଦିବାକର ପାତ୍ର, ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଜୟ କୃଷ୍ଣ ଦାସମହାପାତ୍ର, ବିଜୁ ଛାତ୍ର ଜନତାଦଳ ସଭାପତି ରାଜେଶ ରଥ, ପୁରୀ ସଦର ନିର୍ବାଚନ ମଣ୍ଡଳୀ ସଭାପତି ସୁଧାଂଶୁ ଚନ୍ଦ୍ର ସାହୁ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉପସଭାପତି ଲଷ୍ମୀକାନ୍ତ ପ୍ରଧାନ, ସର୍ବେଶ୍ୱର ସ୍ୱାଇଁ, ଯୁବ ବିଜେଡି ସଦର ସଭାପତି ବିଜୟ କୁମାର ମାଝୀ, ଜିଲ୍ଲା ବିଜୁ ଛାତ୍ର ଦଳର ସମ୍ପାଦକ ସୂର୍ଯ୍ୟପ୍ରସାଦ ଘଟୁଆରୀ, ଛାତ୍ର ସଦର ବ୍ଲକ ସଭାପତି ନିଲୁ ମହାପାତ୍ର, ବିଜୁ ଜନତା ଦଳର ଲିଗାଲ ସେଲର ଉପସଭାପତି ବିଶ୍ୱଜିତ୍ ପ୍ରଧାନ, ଯୁବ ନେତା କାଳୁ ମିଶ୍ର, ନୂତନ ଭାବେ ବିଜେଡିରେ ଯୋଗ ଦେଇଥିବା ବିଶ୍ୱଜିତ ପଟ୍ଟନାୟକଙ୍କ ସମେତ ଶତାଧିକ ଯୁବ ଛାତ୍ର ମାନେ ଯୋଗଦାନ କରିଥିଲେ l ବିଜେଡି ଯୁବ ଛାତ୍ର କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା l ସେମାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା ଯେ କର୍ମୀଙ୍କୁ ନେଇ ନେତା, ନେତାଙ୍କୁ ନେଇ କର୍ମୀ ନୁହନ୍ତି l ଗତ କିଛି ମାସ ହେବ ଯୁବ ଓ ଛାତ୍ର ବିଜେଡିକୁ ଜିଲ୍ଲା ବିଜେଡି ପକ୍ଷରୁ ଅଣ ଦେଖା କରାଯାଇଥିବାରୁ ସମାବେଶରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଦେଶ ଗଠନ ହେଉ ବା ଯେକୌଣସି ରାଜନୈତିକ ଦଳ ହେଉ ସବୁ କ୍ଷେତ୍ରରେ ଛାତ୍ର ଓ ଯୁବକଙ୍କ ପ୍ରମୁଖ ଭୂମିକା ରହିଛି l ପୁରୀ ଲୋକସଭା କ୍ଷେତ୍ର ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଦ୍ବୟ ଛାତ୍ର ଓ ଯୁବ ବିଜେଡି ସଂଗଠନକୁ ଯୋଗାଯୋଗ କରୁନାଁହାନ୍ତି l କଲେଜ, ପଞ୍ଚାୟତ, ପୌର ନିର୍ବାଚନ ଠାରୁ ଆରମ୍ଭ କରି ୨୦୦୯,୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଛାତ୍ର ଓ ଯୁବ ବିଜେଡି ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି l ଯୁବ ଛାତ୍ର ଓ ପୁରୁଖା ନେତାଙ୍କୁ ସାଙ୍ଗରେ ନେଲେ ଦଳ ଅଧିକ ସଂଗଠିତ ଓ ଶକ୍ତିଶାଳୀ ହେବ l ଏଥିସହ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ବିପୁଳ ବିଜୟ ବୋଲି ଆଲୋଚନା ହୋଇଥିଲା lନିର୍ବାଚନ ପୂର୍ବରୁ ଯୁବ ଓ ଛାତ୍ର ବିଜେଡି ଆଜି ଏକାଠି ହୋଇଥିବାରୁ ସମସ୍ତ ରାଜ୍ୟ ବିଜୁ ଛାତ୍ର ଜନତା ଦଳ ଉପସଭାପତି ନାରାୟଣ ପ୍ରସାଦ ସିଂହଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ବନ୍ଧୁ ମିଳନରେ ଅନେକ ନୂଆ ଭାବେ ଯୁବ ଓ ଛାତ୍ର ବିଜେଡିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଛାତ୍ର ନେତା ହିମାଂଶୁ ଚନ୍ଦ୍ର ସାହୁ, ରବି ନାରାୟଣ ନାୟକ, ପଟେଲ ପୃଷ୍ଟି, ସନତ ପରିଛା, ଦୀପ୍ତିରଞ୍ଜନ ଜେନା, ସୁରଜ ମାଝୀ ପ୍ରମୁଖ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More