ମାଲକାନଗିରି(ସଂଘର୍ଷ ମିଡିଆ) : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପୁରୁଣାଗୁମ୍ମା ସ୍ଥିତ କନ୍ୟାଶ୍ରମ ବାଳିକା ବିଦ୍ୟାଳୟରେ, ନୂତନ ଭାବେ ହେବାକୁ ଥିବା 5T କାର୍ଯ୍ୟ ତ୍ବରାନ୍ବିତ ପାଇଁ ବ୍ଳକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ, ବ୍ଲକ ଉପାଧ୍ୟକ୍ଷା ସାବିତ୍ରୀ ମୁଦୁଲି, ଖଇରପୁଟ ଜୋନ୍ ସଭ୍ୟ ବଳି ମାଝୀ,କୁଡୁମୁଲୁଗୁମ୍ମା ସରପଞ୍ଚ ମ°ଗଳା ମାଝୀ, ପୁର୍ବତନ ସରପଞ୍ଚ ଗୋପୀ ପା°ଗୀ, ବ୍ଲକ କନିଷ୍ଠ ଯନ୍ତ୍ରୀ ଦେବାଶିଷ ବେହେରା,ABEO ଅ°ଜନ ଚୈଧୂରୀ, କଲ୍ୟାଣ ସ°ପ୍ରସାରଣ ଅଧିକାରୀ ଯୋଜନ ବେହେରା, ବିଦ୍ୟାଳୟ କମିଟିର ସଭାପତି ମନ୍ଦାକିନୀ ଶଣ୍ଢ ଓ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ 5T କାର୍ଯ୍ୟ ର କାର୍ଯ୍ୟକାରୀତା ଓ ଗୁଣାବତ୍ତା କୁ ଅନୁଧ୍ୟାନ ଓ ତ୍ବରାନ୍ବିତ ପାଇଁ ଏକ କମିଟି ଗଠନ ନିମନ୍ତେ ସହମତି ପ୍ରକାଶ ପାଇଥିଲା । ବ୍ଲକ ଅଧ୍ୟକ୍ଷ ଶ୍ରୀ କିର୍ଷାନୀ ପୁରୁଣା ଗୁମ୍ମା ବାଳିକା ବିଦ୍ୟାଳୟ ର ଶିକ୍ଷାଗତ ଭିତ୍ତିଭୂମି ର ବିକାଶ ଓ ଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏଥିରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।