ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : -ସମ୍ମାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ ମହୋଦୟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦର୍ଶନ ନାୟକ ଓ ରନ୍ଧାରୀ ସାର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସହ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପୂଜାରୀ ସାର , ବରିଷ୍ଠ କିରାଣୀ ମହୋଦୟ,ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ,ଜଗଦିଶ ସାସମଲ, ଡମ୍ବରୁ ହରିଜନ,ଧରଣୀ କମଲା,ଜେମସ ପ୍ରଭାକର ଵେନିଆ ପ୍ରମୁଖ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପାଢୀ ସାରଙ୍କ ପ୍ରେରଣା ଦାୟକ କାର୍ଯ୍ୟକ୍ରମ, ପିଲାମାନଙ୍କୁ ମଣିଷ ତିଆରି ପାଇଁ ବିଦ୍ୟାଳୟ ପରିଦର୍ଶନ ସମସ୍ତ ଆପ୍ୟାୟିତ କରି ଶିକ୍ଷାର ବିକାଶ ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେରଣା ହୋଇ ପାପଡାହାଣ୍ଡି ଶିକ୍ଷା ର ବିକାଶ ପାଇଁ ଦେଵଦୂତ ଭଳି କାର୍ଯ୍ୟ କରି ବ୍ଳକ ପାଇଁ ଗୌରବ ଅର୍ଜନ କରିଛନ୍ତି ଏହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ସମସ୍ତଙ୍କ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସାରଙ୍କ ଆଗାମୀ ଜୀବନ ସୁଫଳ ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଶତକୋଟି ପ୍ରଣାମ ଜଣାଇ ତାଙ୍କର ଶୁଭ ମନାସିଥିଲେl। ଗୋଷ୍ଠୀ ଶିକ୍ଷା ଅଧିକାରୀ ସାର ସମସ୍ତଙ୍କ ସହଯୋଗ କାର୍ଯ୍ୟକୁ ଧନ୍ୟବାଦ ଜଣାଇଥିଲେ। ପ୍ରକାଶ ଥାଉକି ସେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରି ସବୁ ସ୍ଥାନରେ ପ୍ରଶଂଶନୀୟ ହୋଇ ଆଦର୍ଶ ଶିକ୍ଷକ ରୂପେ ସମସ୍ତଙ୍କର ପ୍ରିୟ ଭାଜନ ହୋଇ ଖ୍ୟାତି ଅର୍ଜନ କରିପାରିଥିଲେ l ଆଦର୍ଶ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନଙ୍କ ତରଫରୁ ଅବସର ନେଉଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପାଢୀ ମହାଶୟଙ୍କୁ ଭାଗବତ ପୁସ୍ତକ ସହ ଗୌତମ ବୁଦ୍ଧଙ୍କ ଫଟୋ ପ୍ରଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More