କେନ୍ଦ୍ରାପଡା(ସଂଘର୍ଷ ମିଡିଆ ) : ରାଜ୍ୟ ସରକାରଙ୍କ 5-T ଯୋଜନାରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛି ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ପଞ୍ଚାୟତର ହରେକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ। ଆଜି ମଙ୍ଗଳ ବାର ସଂଧ୍ୟା ଛଅଟା ସମୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚ୍ୟୁଆଲ ମାଧ୍ୟମରେ ରାଜ୍ୟର ବିଭିନ୍ନ ହାଇସ୍କୁଲକୁ 5-T ମାଧ୍ୟମରେ ଉଦଘାଟନ କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଡାମରପୁର ହରେକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ସହିତ ଗ୍ରାମର ବହୁ ବୁଦ୍ଧିଜୀବୀ ମୁରବି ମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତ୍ତା କୁ ମନଦେଇ ଶୁଣିବା ସହିତ ଖୁସି ଅନୁଭବ କରୁଥିବା ଦେଖିବାକୁ ମିଳିଛି। ଗ୍ରାମର ମୁରବୀମାନେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ୍ ଦେବା ସହିତ ସରକାରଙ୍କୁ ଅନୁରୋଧ କରି କହିଛନ୍ତି କେବଳ ବିଦ୍ୟାଳୟ କୁ ଚକାଚକ କରିଦେଲେ ଶିକ୍ଷାର ଉନ୍ନତି ହେବନାହିଁ। ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାର ଉନ୍ନତି ପାଇଁ ଆବଶ୍ୟକୀୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗାଇ ଦେଲେ ଆଗାମୀ ଦିନରେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ସହିତ ବିଦ୍ୟାଳୟର ଗାରିମା ବଜାଇ ରହିବ। ଡାମରପୁର ହରେକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ କେବଳ ଚକାଚକ୍ୟ ତାହା ନୁହେଁ ଏଠାରେ ଇ-ଲାଇବ୍ରେରି, ଡିଜିଟାଲ ଅନଲାଇନ୍ କ୍ଲାସ, ବିଭିନ୍ନ ରଙ୍ଗ ବେରଙ୍ଗର ଲାଇଟ୍ ସାଙ୍ଗକୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରଜ୍ୟାପ୍ତ ଆଧୁନିକ ଶୈଚାଳୟ ମଧ୍ୟ କରାଯାଇଛି। (ପଟ୍ଟାମୁଣ୍ଡାଇ ରୁ ସୂର୍ଯ୍ୟ ନାରାୟଣ ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍)