5 ଟି ସଚୀବଙ୍କୁ କାଳୀ ମାଡ ଘଟଣାକୁ ନେଇ ବିଜେପିକୁ ସିଧାସଳଖ ଦୋଷାରୋପ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ସତ୍ୟବାଦୀରେ 5 ଟି ସଚୀବଙ୍କୁ କାଳୀ ମାଡ ଘଟଣାକୁ ନେଇ ବିଜେପିକୁ ସିଧାସଳଖ ଦୋଷାରୋପ କରିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ସେ କହିଛନ୍ତି ବିଜେପି ଏହା ଷଡ଼ଯନ୍ତ୍ର କରି କାଳୀ ମାଡ କରିଚି। କାଳୀ ମାଡ କରିଥିବା ବ୍ୟକ୍ତି ହେଉଛନ୍ତି ବିଜେପି ସମର୍ଥିତ ବ୍ୟକ୍ତି। ତେବେ ଯେଭଳି ବିଜେପି ସତ୍ୟବାଦୀରେ କୁତ୍ସିତ କାର୍ଯ୍ୟ କରିଚି ଲୋକ ଜମା ବି କ୍ଷମା ଦେବନି ବୋଲି ସତ୍ୟବାଦୀ ବିଧାୟକ କହିଛନ୍ତି। ବିକାସ କାର୍ଯ୍ୟ ବିରୋଧ କରି ଏଭଳି କୁତ୍ସିତ କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ।ସତ୍ୟବାଦୀ ମାଟି ହେଉଚି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମାଟି। ଏହା ଅହିଂସାର ମାଟି। ଏଠି ବିଜେପି ରାଜନୀତି ନାରେ ଯେଭଳି ହିଂସାତ୍ମକ କାର୍ଯ୍ୟ କରିଚି ତାହା ଅତ୍ୟନ୍ତ ନିନ୍ଦନୀୟ। ତେବେ ବିଜେପି ର ଏହି ହିନ ରଜିନିତି ସତ୍ବେ ମୁଖ୍ୟମନ୍ତ୍ରୀଙ୍କ ବିକାସ କାର୍ଯ୍ୟ ରୋକ୍ ଲାଗିବ ନାହିଁ । କାଳୀ ମାଡ ପରେବି 5 ଟି ସଚୀବ କୌଣସି ବିଚଳିତ ନ ହୋଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଯାହାକି ପ୍ରମାଣିତ କରୁଚି 5 ଟି ସଚୀବ ଲୋକଙ୍କ ପାଇଁ ସବୁ କିଛି ସହିବାକୁ ପ୍ରସ୍ତୁତ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More