+2 ବିଜ୍ଞାନ ପରିକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

13

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -ସାଲେପୁର ଶ୍ରୀରାମ ହାଇୟାର ସେକେଣ୍ଡ ଆରି ସ୍କୁଲ ପକ୍ଷରୁ ଆଜି ଚଳିତ ବର୍ଷ +2 ବିଜ୍ଞାନ ପରିକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଓ ପ୍ରଶାନ୍ତ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଡ଼ାକ୍ତର ସଚ୍ଚିଦାନନ୍ଦ ମିଶ୍ର ମୁଖ୍ୟ ଅତିଥି, ସାମ୍ବାଦିକ ଅକ୍ଷୟ କୁମାର ଦାଶ ମୁଖ୍ୟବକ୍ତା, ତ୍ରିତ୍ତୋଲ ଡିଏସପି ପ୍ରଶାନ୍ତ ମାଝୀ ବିଶିଷ୍ଟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସାଲେପୁର ସ୍ବୟଂଶାସିତ ମହା ବିଦ୍ୟାଳୟ ଉପାଧ୍ୟକ୍ଷ ପ୍ରସନ୍ନ ମହାପାତ୍ର, ଅନୁଷ୍ଠାନର ଅଧ୍ୟକ୍ଷ ବୈଷ୍ଣବ ଚରଣ ମହାନ୍ତି, ଅଧ୍ୟାପକ ନିର୍ମଳ ମିଶ୍ର ଓ ଅନୁଷ୍ଠାନର ଉପାଧ୍ୟକ୍ଷ ଜ୍ୟୋତ୍ରୀମୟୀ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More