ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରୁ 15 ଫୁଟ ଲମ୍ବର କିଙ୍ଗ କୋବ୍ରା ଉଦ୍ଧାର କରାଯାଇଛି। କିଙ୍ଗ କୋବ୍ରା ସାପ ଟି ଗୋଶାଣୀ ଗ୍ରାମର ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ୱାଟର ସର୍ଭିସିଂ ସେଣ୍ଟରର ପାଣି କୁଣ୍ଡ ଭିତରେ ରହିଥିବା ଲୋକେ ଦେଖିଥିଲେ। ଏହି କିଙ୍ଗ କୋବ୍ରା ସାପଟିକୁ ବ୍ରହ୍ମପୁରରୁ ଏକ ସ୍ୱତନ୍ତ୍ର ଟିମ୍ ଆସିବା ପର୍ଯ୍ୟନ୍ତ ସାପ ଉପରେ ନଜର ରଖିଥିଲେ ମହେନ୍ଦ୍ର ବନା ଞ୍ଚଳ ବନ ଅଧିକାରୀ ଅମିତ ଶୁଭ୍ରଜିତ, ଗାରାବନ୍ଧ ସେକ୍ସନର ବନ ପାଳ ଦୁର୍ଯ୍ୟୋଧନ ଜେନା ଏବଂ ତାଙ୍କ ଟିମ୍। ବ୍ରହ୍ମପୁର ସେକ୍ସନ ହେଲପ ଲାଇନ କର୍ମଚାରୀ ପହଞ୍ଚି ସାପ ଟିକୁ ଧରିବାରେ ସଫଳ ହୋଇ ଛନ୍ତି। ପରେ ବନ ବିଭାଗ ଉପସ୍ଥିତିରେ ସାପଟିକୁ ଜଙ୍ଗଲରେ ଛଡା ଯାଇଥିଲା।