କେନ୍ଦ୍ରାପଡ଼ା-22.07.// କେନ୍ଦ୍ରାପଡ଼ାରେ ଗତକାଲି କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ କଲରଟାଣି ଗାଲରେ ଚାପୁଡ଼ା ମାରିବା ଘଟଣା କୁ ନେଇ ରାଜ୍ୟ ୱେବ ମିଡ଼ିଆ ସଂଘର୍ଷ ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାସ ଓ ଏକ ଛ ଜଣିଆ ପ୍ରତିନିଧି ଦଳ ଅଆସି ଘଟଣା ସମ୍ପର୍କରେ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରିଥିଲେ । ଛଜଣିଆ ଟିମ କେନ୍ଦ୍ରାପଡ଼ା ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡାଙ୍କ ଅଫିସକୁ ଯାଇଥିବା ବେଳେ ସେଠାରେ ଏସଡ଼ିପିଓ ନଥିଲେ ଯାହା ଫଳରେ ଏସଡ଼ିପିଓଙ୍କ ସହ ଦେଖା ସାକ୍ଷାତ ହୋଇପାରି ନଥିଲା । ଉକ୍ତ ବିଷୟରେ ରାଜ୍ୟ ୱେବ ମିଡ଼ିଆ ସଂଘର ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାସ ଉକ୍ତ ଘଟଣା ବିଷୟରେ ଯଦି ନ୍ୟାୟ ନମିଳେ ତେବେ ଆଗାମୀ ସମୟରେ ସମ୍ପୂର୍ଣ ରାଜ୍ୟରେ ଥିବା ୱେବ ମିଡ଼ିଆ ସାମ୍ବାଦିକ ମାନେ ରାଜରାସ୍ତାକୁ ଅଲ୍ଲାହିବେ ବୋଲି ସାମ୍ବାଦିକ ମାନଙ୍କୁ କହିଥିଲେ । ରାଜ୍ୟ ୱେବ ମିଡ଼ିଆ ସଂଘର ସମ୍ପାଦିକା ବିଦୂତ ଲତା ମହାନ୍ତି ଓ ଅନ୍ୟ ସାଥି ମାନେ ଘଟଣାଟି ଗୁରୁତ୍ୱର ଭାବେ ନେବା ସହ ଆଗକୁ ପୀଡିତ ସାମ୍ବାଦିକଙ୍କୁ କିପରି ନ୍ୟାୟ ମିଳିପାରିବ ସେ ବିଷୟରେ ଧ୍ୟାନ ଦେବେ ବୋଲି କହିଥିଲେ। ଆଜି କେନ୍ଦ୍ରାପଡ଼ା ଜିଲ୍ଲାର 100ରୁ ଉର୍ଦ୍ଧ ୱେବ ଚାନେଲ ସମ୍ବାଦିକ କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟଳୟରେ ପହଞ୍ଚି ମହିଳା କନେଷ୍ଟବଳ ପିନୁ ନାୟକଙ୍କୁ ନିଲମ୍ବନ ସହ ଗିରଫ ପାଇଁ ନାରାବାଜି କରିଥିଲେ। ଜିଲ୍ଲାପାଳ ଅଫିସକୁ ଆସିଥିବା ବିଜେଡି ପାଞ୍ଚ ବିଧାୟକଙ୍କୁ ଉକ୍ତ ଘଟଣା ବିଷୟରେ ସାମ୍ବାଦିକ ମାନେ ପଚାରିବାର ଆଳି ବିଧାୟକ ପ୍ରତାପ ଦେବ ସାମ୍ବାଦିକ ମାନଙ୍କ କଥାକୁ ଖାତିର ନକରି ଜିଲ୍ଲା ଅଫିସକୁ ପଳାଇ ଯାଇଥିଲେ। ଯାହା ଫଳରେ ଏଥିରୁ ସିଧା ବାରି ହେଇଯାଉଛି ଶାସକ ଦଳ ଛତ୍ର ଛାୟା ତଳେ କେନ୍ଦ୍ରାପଡ଼ା ପୋଲିସ ପରିଚାଳିତ ହେଉଛି ଯାହା ଦ୍ୱାରା ପୋଲିସ ସାମ୍ବାଦିକ ମାନଙ୍କୁ ମଧ୍ୟ ଖାତିର କରୁନାହାନ୍ତି । ଜିଲ୍ଲାରେ ବିଭିନ୍ନ ସମୟରେ ଗରିବ ଦଳିତ ଲୋକମାନେ ପୋଲିସ ଦ୍ୱାରା ପ୍ରତାଡିତ ହେଉଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ଏହା ପୋଲିସ କାର୍ଯ୍ୟ ନିଷ୍ଠା ଉପରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ଉକ୍ତ ଘଟଣାରେ ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ ଘଟଣା ସମ୍ପର୍କରେ ପଚାରିଥିଲେ. ଜିଲ୍ଲାପାଳ ଅମ୍ରିତ ଋତୁରାଜ ଘଟଣାର ଏକ୍ସସାମୀନ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାମ୍ବାଦିକ ମାନଙ୍କୁ ଏକ ଅସନ୍ତୋଷ ଜଣକ ଉତ୍ତର ଦେଇଥିଲେ । ଆଗାମୀ ଦିନ ମାନଙ୍କରେ ଯଦି ଉକ୍ତ ଘଟଣାରେ ମହିଳା କନେଷ୍ଟବଳ ପିନୁ ନାୟକଙ୍କୁ ଯଦି ଦଣ୍ଡିତ ନକରାଯାଏ ତେବେ ଏହି ବିକ୍ଷୋଭକୁ ତୀବ୍ର କରାଯିବ ବୋଲି ରାଜ୍ୟ ୱେବ ମିଡ଼ିଆ ସଙ୍ଘ ପ୍ରତିନିଧି ମାନେ କହିଛନ୍ତି । କେନ୍ଦ୍ରାପଡ଼ାରୁ ଜିଲ୍ଲାପ୍ରତିନିଧି ବଳରାମ ବେହେରାଙ୍କୁ ରିପୋର୍ଟ ସଂଘର୍ଷ ନିୟୁଜ ।