ୱେବ ପୋର୍ଟାଲକୁ ନକଲି ଆଖ୍ୟା ବିରୁଦ୍ଧରେ ପ୍ରତିବାଦ ସଭା

13

Get real time updates directly on you device, subscribe now.

  • ନୂଆପଡା(ସଂଘର୍ଷ ମିଡିଆ ) : କେନ୍ଦ୍ର ତଥା ରାଜ୍ୟ ସ୍ତରରେ ୱେବ ପୋର୍ଟାଲ କୁ ସ୍ୱୀକୃତି ମିଳି ସାରିଥିବା ବେଳେ ବର୍ତ୍ତମାନ ନୂଆପଡା ଜିଲ୍ଲା ରେ କିଛି ନିର୍ଦ୍ଦିଷ୍ଟ ଖବରକାଗଜ ୱେବ ପୋର୍ଟାଲ ସାମ୍ବାଦିକ ଙ୍କୁ ଆକ୍ଷେପ କରି ବଦନାମ ସହ ମାନହାନି କଲାଭଳି ଖବର ପ୍ରସାରଣ କରିଛନ୍ତି । ତାହା ପୁଣି ଏକ ନିର୍ଦ୍ଦିଷ୍ଟ ସାମ୍ବାଦିକ ସଂଘ । ଜିଲ୍ଲା ରେ ତିନି ରୁ ଚାରି ଗୋଟି ସାମ୍ବାଦିକ ସଂଘ ଥିବା ବେଳେ ଏମାନଙ୍କ ମଧ୍ୟରେ ଏକ ସମନ୍ୱୟ ସମିତି ମଧ୍ୟ ରହିଛି । ହେଲେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ସଂଘ “ଜାନ” ୱେବ ପୋର୍ଟାଲ ସାମ୍ବାଦିକ ଙ୍କ ବିରୁଦ୍ଧରେ ଖବର ପ୍ରକାଶିତ କରିବା ଜିଲ୍ଲା ସାମ୍ବାଦିକ ମାନଙ୍କ ସହ ବୁଦ୍ଧିଜୀବୀ ମହଲ ରେ ଆଲୋଚ୍ୟ ର ବିଷୟ ପାଲଟିଛି । ଅପରପକ୍ଷ ରେ ଯେଉଁ ସଂଘ ୱେବ ପୋର୍ଟାଲ କୁ ନକଲି ର ଅଖ୍ୟା ଦେଉଛି ସେହି ସଂଘ ର କିଛି ସଦସ୍ୟ ଗତ ଗୋଟିଏ ରୁ ଦୁଇ ସପ୍ତାହ ହେବ ଜିଲ୍ଲାର ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ରାଜନୈତିକ କର୍ମକର୍ତ୍ତା ଙ୍କ ପାଖକୁ ଯାଇ ଟଙ୍କା ଆଦାୟ କରୁଥିବା ସମୟରେ କିଛି ୱେବ ପୋର୍ଟାଲ ସାମ୍ବାଦିକ ବିରୋଧ କରିଥିଲେ । ଏହି ଘଟଣା ର ପ୍ରତିଶୋଧ ପୂର୍ବକ ସମୂହ ୱେବ ପୋର୍ଟାଲ ସାମ୍ବାଦିକ ଙ୍କୁ ଆକ୍ଷେପ କରି ନକଲି ର ଅଖ୍ୟା ଦେଉଥିବା ଜିଲ୍ଲା ରେ ଚର୍ଚ୍ଚା ଜୋର ଧରିଛି । ୱେବ ପୋର୍ଟାଲ କୁ ବଦନାମ ସହ ତାଙ୍କ ସମ୍ମାନ କୁ କ୍ଷ୍ୟୁର୍ଣ କରିବା ଉଦ୍ଧେଶ୍ୟ ନେଇ କିଛି ନିର୍ଦ୍ଧିଷ୍ଟ ଖବର କାଗଜ ର ସାମ୍ବାଦିକ ଖବର ପ୍ରସାରଣ କୁ ଜିଲ୍ଲା ସମନ୍ୱୟ ସମିତି ଓ ୱେବ ପୋର୍ଟାଲ ସଂମ୍ବାଦିକ ଭର୍ଶନା କରିବା ସହ ନିନ୍ଦା ପ୍ରକାଶ କରିଛନ୍ତି । ତା ସହ ଯେଉଁ ଖବର କାଗଜ ରେ ଏପରି ଅବାସ୍ତବ ଖବର ପ୍ରସାରିତ କରିବା ପୂର୍ବରୁ ତଥ୍ୟ ଭିତ୍ତକ ଖବର ପ୍ରସାରଣ ପାଇଁ ଜିଲ୍ଲା ୱେବ ସଂମ୍ବାଦିକ ସମୁହ ଦାବି କରିଛି । ଆଉ ଯଦି କୌଣସି ୱେବ ପୋର୍ଟାଲ ସାମ୍ବାଦିକ ଏପରି ଅଛନ୍ତି ତାଙ୍କ ନାମ ନେଇ ଖବର ପ୍ରସାରଣ ପାଇଁ ଦାବି କରିଛନ୍ତି । ଏ ଉପରେ ଏହି ଘଟଣା କୁ ଜିଲ୍ଲା ପ୍ରଶାସନ ଦୃଢ଼ତା ର ସହ ନେଇ ବିଚାର କରିବା ପାଇଁ ୱେବ ସାମ୍ବାଦିକ ସମୁହ ଦାବି କରିଛି । ନୂଆପଡ଼ା ରୁ ହେରାମ୍ବ ବାଗଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More