ଭଦ୍ରକ(ସଂଘର୍ଷ ମିଡିଆ ) : -ନ୍ୟୁଜ 1 ଓଡ଼ିଆ ୱେବ୍ ଚାନେଲର ସମ୍ପାଦକଙ୍କୁ ଫୋନ୍ କରି ୧ ମାସ ମଧ୍ୟରେ ଜୀବନରୁ ମାରିଦେବାକୁ ଧମକ ଘଟଣାର ଦୃଢ଼ ନିନ୍ଦା କରିବା ଶହ ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏସପିଙ୍କ ମାଧ୍ୟମରେ ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୁଚନାଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଣ୍ଡରା ଗ୍ରାମରେ ଯୌତୁକ ନିର୍ଯ୍ୟାତନା ନେଇ ଗତ 25 /3/ ରେ news1 odia ରେ ଏକ ଖବର ପ୍ରସାରଣ ହୋଇଥିଲା।ଯାହା କୁ ନେଇ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସରୋଜ ପଣ୍ଡା news କୁ ଦେଖି ବିଚଳିତ ହୋଇ ନ୍ୟୁଜ 1 ଓଡ଼ିଆ ପୋର୍ଟାଲ ର ସମ୍ପାଦକ ନାରାୟଣ କିଶୋର ନନ୍ଦଙ୍କୁ ଫୋନ କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ, ଏକ ମାସ ମଧ୍ୟରେ ତୋର ପରିବାର ସମେତ ତୋତେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା. ଉକ୍ତ ଘଟଣାକୁ ନେଇ ଶ୍ରୀ ନନ୍ଦଙ୍କ ଅଭିଯୋଗ କ୍ରମେ ଗତ 11 ତାରିଖ ଦିନ ଜଗସିଂହପୁର ସଦର ଥାନାରେ କେଶ ନଂ 282/2022 ରେ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣା ଆଗାମୀ ଦିନରେ ଯେମିତି ନ ଘଟିବ ସେ ନେଇ ସାମ୍ବାଦିକଙ୍କ ପ୍ରତି ସୁରକ୍ଷା ଆଇନକୁ କିପରି କଡା କଡ଼ି କରିବା ପାଇଁ ଭଦ୍ରକ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଥିଲା।