ଗଜପତି (ସଂଘର୍ଷ ମିଡିଆ) : – -ଗଜପତି ଜିଲ୍ଲା ପ୍ରଶାସନ ଓ ଆଇ ଏସ ଆର ଡି ସଖୀୱାନଷ୍ଟପ ସେଣ୍ଟରର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଆଇ ଏସ ଆର ଡି ର ଉପ ନିର୍ଦ୍ଦେଶକ ନାଗେଶ୍ଵର ଚୌଧୁରୀ ସ୍ଵାଗତ ଜଣାଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଉଜାମଣି ନାୟକ ଅଧ୍ୟକ୍ଷତା କରିଥିଲେ |ଅତିଥି ମାନେ ପ୍ରଦୀପ ପ୍ରଜ୍ଜଳନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନା କରିଥିଲେ | ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମୌଜାମଣି ନାୟକ ଯୌତୁକ ନିର୍ଯାତନା କିପରି ରୋକାଯାଇ ପାରିବ ଓ ଏବଂ ତାହାର ନିୟମାବଳୀ ବିଷୟରେ ସୁଚାଇ ଥିଲେ | ମୁଖ୍ୟ ବକ୍ତା ଶିବାନୀ ପାଣିଗ୍ରାହୀ ଜିଲ୍ଲା ସଂଯୋଜିକା ଓଏଲଏମ (ସ୍ଵୟଂ ପ୍ରକଳ୍ପ) ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳିଲେ ଯାଇ ସମାଜର ଉନ୍ନତି ହୋଇପାରିବ ବୋଲି ଜଣାଇଥିଲେ ଏବଂ ମହିଳା ମାନଙ୍କ ପ୍ରତି ଘଟୁଥିବା ୪ ପ୍ରକାରର ହିଂସା ବିଷୟରେ ଅବଗତ କରାଇଥିଲେ ତତ ସହିତ PC & PNDT Act ବିଷୟରେ ବୁଝାଇଇଥିଲେ | ଆଇଏସଆରଡ଼ି ର ନିର୍ଦ୍ଦେଶକ ସୁଧୀର ସାବତ ବାଲ୍ୟ ବିବାହ ନିଷେଧ ଆଇନ ଏବଂ ସାଇବର କ୍ରାଇମ ବିଷୟରେ ବହୁ ଉଦାହରଣ ମାଧ୍ୟମରେ ସୁଚାଇଥିଲେ | ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ରେ ହେଉଥିବା ମହିଳା ଚାଲାଣ ବିଷୟରେ ଅବଗତ କରାଇଥିଲେ ତତ ସହିତ ଜିଲ୍ଲାରେ ରହିଥିବା ନିର୍ଯ୍ୟାତିତା ମହିଳା ଓ ବାଳିକାମାନଙ୍କ ସୁରକ୍ଷା ନିମନ୍ତେ ୱାନ ଷ୍ଟପ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ପ୍ରଶଂସିତ କରିଥିଲେ | ଜିଲ୍ଲାପାଳ ଗଜପତିଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ସଚେତନତା ରଥ ଉଦଘାଟନ କରି ମହିଳା ଓ ବାଳିକା ମାନଙ୍କ ହିଂସା ଦୂରୀକରଣ ନେଇ ସ୍ଲୋଗାନ ମାଧ୍ୟମରେ ସଚେତନ କରାଯାଇଥିଲା ସୁପରଭାଇଜର,ଅଙ୍ଗନବାଡି କର୍ମୀ , SHG ମହିଳା,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , କିଶୋରୀ ବାଳିକା ୱାନ ଷ୍ଟପକେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀଙ୍କୁ ନେଇ ଏକ human chain କରା ଯାଇଥିଲା | ଏହି ସମସ୍ତ କାର୍ଜ୍ୟକ୍ରମଟିକୁ ସଖି କେନ୍ଦ୍ର ର କେନ୍ଦ୍ର ପ୍ରଶାସିକା ସୁନିତା ରଥ ପରିଚାଳନା କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ କାର୍ୟାଳୟର ବରିଷ୍ଠ ସୁପର ଭାଇଜର ସାରଳା ପାତ୍ର ସହଯୋଗ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ୱାନ ଷ୍ଟପ କେନ୍ଦ୍ରର ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ, ମଧୁସ୍ମିତା ପାଢୀ, ସୁନିତା ବେହେରା, ସ୍ଵାଗତିକା ଦାସ, ମୋନାଲିସା ବେହେରା, ନିରୂପମା ଜେନା, ଦିବ୍ୟ କୁମାର ସୁଆର,ହରିକୃଷ୍ଣ ଚୌଧୁରୀ, ଟି ସୁରେଶ କୁମାର ତଥା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ କ୍ରମଟିକୁ ସାଫଲ୍ଯ କରିଥିଲେ |ପରିଶେସରେ ଜିଲ୍ଲା ମହିଳା ସୁରକ୍ଷ୍ୟା ଅଧିକାରୀ କେ ସୁନିତା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ |ଗଜପତି ରୁ ବିବେକାନନ୍ଦ ବେହେରାଙ୍କରିପୋର୍ଟ ।