ଭଦ୍ରକ(ସଂଘର୍ଷ ମିଡିଆ) : -ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ୱାଟରଏଡ଼ ଇଣ୍ଡିଆ ପକ୍ଷରୁ ଏକ ଦିନିକିଆ ଜଳ ଉତ୍ସର ସଂରକ୍ଷଣ ଓ ରକ୍ଷଣା ବ୍ୟକ୍ଷଣ ବିଷୟରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭଣ୍ଡାରୀପୋଖରୀ ବ୍ଲକର ୨୩ ଗୋଟି ଗ୍ରାମ ପଞ୍ଚାୟତର ୯୧ ଜଣ ଏସ୍ ସି ଏମ୍ (SEM) ଏବଂ ପମ୍ପ ଅପରେଟର ମାନେ ଯୋଗ ଦେଇଥିଲେ l ଜଳ ଉତ୍ସର ସମସ୍ୟା ଓ ଗୁଣବତ୍ତା ଉପରେ ୱାଟର ଏଡ଼ ଈଣ୍ଡିଆର ରାଷ୍ଟ୍ର ଟେକ୍ନିକାଲ ସ୍ପେସିଆଲିଷ୍ଟ ଶ୍ରୀ ପୂଣ୍ଣଚନ୍ଦ୍ର ମହାନ୍ତି, ଯୋଗଦେଇ ଆଲୋଚନା କରିଥିଲେ। ଗାଁ ଗହଳିରେ ଟିୱେଲ ମୂଳ ଗୁଡିକ ଅପରିଷ୍କାର ରହିବା ଦ୍ଵାରା ଜଳ ବିଶୁଦ୍ଧ ହୋଇ ଥାଏ ଯାହା ସ୍ୱାସ୍ଥ୍ୟ ପ୍ରତି କ୍ଷତି କରାଇଥାଏ ତେଣୁ ସମସ୍ତେ ସଚେତନ ହେବା ସହ ଭୂତଳ ଜଳର ସଂରକ୍ଷଣ କରିବା ଅତ୍ୟନ୍ତ ଆବଶ୍ୟକ। ଏହି କାର୍ଯ୍ୟ କ୍ରମରେ ବିଡିଓ ଶ୍ରୀ ଦେବଦତ୍ତ ଦାସ, ଆର୍ ଡ଼ବ୍ଲୁ ଏସ୍ ଏସ୍ ର କନିଷ୍ଠ ଯନ୍ତ୍ରୀ ଶ୍ରୀ ଦିବାକର ସାହୁ ପ୍ରମୁଖ ଯୋଗଦେଇଥିଲେ l ଓ୍ବାଟର ଏଡ୍ ଈଣ୍ଡିଆର ଜିଲ୍ଲା ସଂଯୋଜିକା ବେବି ନାୟକ ଓଡ଼ିଶା ବିକଳାଙ୍ଗ ମଞ୍ଚ ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ୪ ଜଣ ଟିମ୍ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଭଣ୍ଡାରିପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।