୯୭ଗ୍ରାମ ହିରୋଇନ୍ ଜବତ, ୧ ଗିରଫ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜର ନିରୀକ୍ଷକା ଶ୍ରୀମତୀ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ସଦର ଥାନା ଅଧୀନରେ ଥିବା କାସିହରିପୂର୍ ଅଂଚଳରେ ଚଢ଼ାଉକରି ,ଆସାମୀ – ସୌମ୍ୟରଞ୍ଜନ ପଣ୍ଡା,ବୟସ – ୨୭ବର୍ଷ ,ପିତା -ଶ୍ରୀକାନ୍ତ ପଣ୍ଡା , ଗ୍ରାମ- ନୀଳଚକ୍ର ନଗର,ଅଠରନଳା,ଥାନା – ସଦରଙ୍କୁ ଗିରଫ କରି ତାଙ୍କ ଠାରୁ ୯୭ଗ୍ରାମ ହିରୋଇନ୍ ଜବତ କରାଗଲା ଏବଂ ଜିଲ୍ଲା ସଦର ରେଞ୍ଜ କେସ ନଂ ୧୩/୨୩-୨୪ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରଗlରକୁ ପଠାଯାଇଛି । ଜବତ ହିରୋଇନ୍ ର ମୂଲ୍ୟ ପ୍ରାୟ ୯,୭୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ. ଏହି ଚଢ଼ାଉରେ ଅବକାରୀ ଉପ ନିରୀକ୍ଷକ ବିନୋଦ ବାସ୍କେ, ଓ ସ୍ଵୟଂ ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ, ଏ ଏସ ଇ ମାନସ କୁମାର ମିଶ୍ର, ସନ୍ତୋଷ ନାୟକ ଏବଂ କର୍ମଚାରୀ ସଞ୍ଜୀବ ହସ୍ତି ,ପ୍ରବୀଣ ବିରାଜ କୀରୋ, ଫିରୋଜ ମହାନଦୀଆ, ଜ୍ୟୋତି ସ୍ମିତା ଡଙ୍ଗୁଆ ,ଆଶିଷ ପ୍ରଧାନ ଦାସ ପ୍ରମୁଖ ସାମିଲ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More