୯ବଖରା ଘର ନିଆଁ ଲାଗି ଭସ୍ମିଭୂତ, ବହୁ ଆସବାପତ୍ର ନଷ୍ଟ

13

Get real time updates directly on you device, subscribe now.

ଏରସମା(ସଂଘର୍ଷ ମିଡିଆ) : – ଆଜି ପ୍ରାୟ ସକାଳ ୭ ଘଟିକା ସମୟରେ ଏରସମା ବ୍ଲକ ଅନ୍ତର୍ଗତ ଜନକାଦେଇପୁର ପଞ୍ଚାୟତର ବାସୁଦେବପୁର ଗ୍ରାମରେ ୬ପରିବାରର ବଳରାମ ସ୍ବାଇଁ,ସଂଞ୍ଜୁତା ସ୍ବାଇଁ,ସରତ ସ୍ବାଇଁ, ସୁକାନ୍ତ ସ୍ବାଇଁ,ତପନ ସ୍ବାଇଁ ,ବିପନ ସ୍ବାଇଁଙ୍କ ୯ବଖରା ଘର ରୋଷେଇ ଚୁଲି ଦ୍ୱାରା ନିଆଁ ଲାଗି ଭସ୍ମିଭୂତ ବହୁ ଆସବାପତ୍ର ନଷ୍ଟ ହେବା ସହ ଚାଷ ହୋଇଥିବା ୫୦ରୁ୬୦ବସ୍ତା ଧନ ନଷ୍ଟ ହୋଇଯାଇଛି । ଗ୍ରାମବାସିମାନେ ନିଆଁକୁ ଦେଖି ନିଆଁକୁ ଆୟତ କରିଥିଲେ । ଖବର ପାଇ ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ସକାଳୁ ସକାଳୁ ଏହି ଖବର ପାଇଁ ସରକାରୀ ବା ବେସରକାରୀ ଟିମମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା କିପରି ସରକାରୀ ସହାର୍ଯ୍ୟ ପାଇବେ ତାହା ନେଇ ଲାଗିପଡିଛନ୍ତି । ଏହି ଦୁଖଦ ଘଟଣାସ୍ଥଳରେ ଏରସମା-ବାଲିକୁଦା ଯୁବ ବିଜେଡ଼ି ସମାଜସେବୀ ଆଦିତ୍ୟ ନନ୍ଦ ଦାସ ଓ ଏରସମା ବାଲିକୁଦା ଯୁବ ବିଜେଡି ସଭାପଡି ପାର୍ଥସାରଥି ରାଉତ ଦୁଃଖ ପ୍ରକାଶ କରିଥିଲେ । ଏରସମାରୁ ବଳରାମ ଜାନାଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଚ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More