୮ବର୍ଷର ପୁଅକୁ ଛାଡି ମା ପର ପୁରୁଷ ସହ ଫେରାର

14

Get real time updates directly on you device, subscribe now.

ଭୁବନେଶ୍ଵର (ସଂଘର୍ଷ ମିଡିଆ ) : ସ୍ୱାମୀ ସ୍ତ୍ରୀ କଳହ ପ୍ରାୟ ସବୁବେଳେ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ l ଏମିତି ଏକ ଅଭାବନୀୟ ଘଟଣା ଯାହାକି ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରେ ଥିବା ଶ୍ରୀ ପ୍ରବୀଣ ମହାପାତ୍ରଙ୍କ ଘରେ ଦେଖିବାକୁ ମିଳିଛି l ବାହାଘର ଦିନ ହିଁ ତାଙ୍କ ପାଖକୁ ତାଙ୍କର ସ୍ତ୍ରୀଙ୍କ ପ୍ରଥମ ପୁରୁଷ ବନ୍ଧୁ ଫୋନ କରି ସେମାନଙ୍କ ବିଷୟରେ ଜଣାଇଥିଲେ, କିନ୍ତୁ ପ୍ରବୀଣ ବାବୁ ବିଶ୍ୱାସ ନ କରି ଜୀବନକୁ ଆଗେଇ ଥିଲେ l ପ୍ରବୀଣଙ୍କ ବାପାଙ୍କ ମୃତ୍ୟୁ ସମୟରେ ତାଙ୍କ ସ୍ତ୍ରୀ ପର ପୁରୁଷ ସହ ଫୋନରେ ପ୍ରେମ ଚାଟ କରିଥିବା ଦେଖି ତାଙ୍କର ନିଦ ହଜି ଯାଇଥିଲା l ଏହାକୁ ବି ସେ ସହି ଯାଇଥିଲେ l ସ୍ତ୍ରୀ ବି ଯୌତୁକ ନିର୍ଯାତନା ତାଙ୍କ ସ୍ୱାମୀ ଦେଉଛନ୍ତି କହି ଖଣ୍ଡଗିରି ଥାନାରେ ବି ଅଭିଯୋଗ କରିଥିଲେ । ଏମିତି କି ପୋଲିସ ବି ପ୍ରବୀଣ ଘରକୁ ଯାଇ ଜିନିଷ ପତ୍ର ନେଇଥିଲେ l ସେହି ସମୟରେ ପ୍ରବୀଣଙ୍କ ପୁତ୍ରକୁ ନେଇ ଯାଇଥିଲେ l ଦୀର୍ଘ ୯ମାସ ପର୍ଯ୍ୟନ୍ତ ବି ପ୍ରବୀଣକୁ ତାଙ୍କର ପୁଅ ସହ ଦେଖା କରିବାକୁ ଦେଇ ନଥିଲେ l କିନ୍ତୁ ହଠାତ ତା 14/04/22ରିଖ ସକାଳୁ ଜାଣିବାକୁ ପାଇଲେ ତାଙ୍କ ସ୍ତ୍ରୀ ରହୁଥିବା ଫ୍ଲାଟର ଆଗ ସାମ୍ନାର ଜଣେ ବିବାହିତ ପୁରୁଷ ସହ ପଳାଇ ଯାଇଥିଲେ l କିନ୍ତୁ ପ୍ରବୀଣ କହିବା ଅନୁଯାୟୀ ସ୍ୱାମୀ ସ୍ତ୍ରୀ ଭିତରେ ଯେତେ ମନ୍ତlତର ହେଲେ ବି ପିଲାର ଦାୟିତ୍ୱ ହସ୍ତାନ୍ତର କରି ଯିବାର ଥିଲା l ଶେଷରେ ସେ IHRCର ଏକ ସଂସ୍ଥାର ସହଯୋଗ ନେଇ ତାଙ୍କର ପୁତ୍ରକୁ ତାଙ୍କର ଶଶୁର ଘର ଆଣି cwc ର ସହାୟତା ନେଇଥିଲେ l ଓ cwc ର ଅନୁମତି ପାଇଁ ଗୁହାରି କରିଥିଲେ ଯେ ପୁତ୍ର ତାଙ୍କ ପାଖରେ ରଖିବା ପାଇଁ l ତାଙ୍କର ଜୀବନ ପ୍ରତି ବିପଦ ଅଛି କହି ବୋଲି ବି ଖଣ୍ଡଗିରି ଥାନାରେ ଏତେଲା ଦେଇଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More