୮ଗ୍ରାମ୍ ବ୍ରାଉନସୁଗାର୍ ଜବତ, ଜଣେ ଗିରଫ

15

Get real time updates directly on you device, subscribe now.

ବିରିଡି (ସଂଘର୍ଷ ମିଡିଆ) : ବିରିଡି ଥାନା ଅନ୍ତର୍ଗତ ୨୨ମୌଜା ବାରେଡ଼ିଆ ଗ୍ରାମରେ ସିଦ୍ଧେଶ୍ୱର ମହାଦେବ ମନ୍ଦିର ପଛପଟୁ ବ୍ରାଉନସୁଗାର୍ ବିକ୍ରି ହେଉଥିବା ଜଣେ ଯୁବକଙ୍କୁ ବିରିଡି ପୋଲିସ ଗିରଫ କରିଛି। ତାଙ୍କ ପାଖରୁ ୮ଗ୍ରାମ ବ୍ରାଉନସୁଗାର୍ ଜବତ ହୋଇଛି।ବିକ୍ରେତାଜଣଙ୍କ ହେଲେ ଏହି ଥାନା ଅନ୍ତର୍ଗତ ବାରେଡ଼ିଆ ଗ୍ରାମର ଜୀବନ ରଞ୍ଜନ ବାରିକ,ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇଁ ଥାନା ଅଧିକାରୀ ନିରଞ୍ଜନ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ବିନୋଦ ଚନ୍ଦ୍ର ପରିଡା ଟିମ୍ ସହ ପହଞ୍ଚି ବ୍ରାଉନସୁଗାର୍ ବିକ୍ରି କରିବାକୁ ବସିଥିବା ବେଳେ ମନ୍ଦିର ପଛପଟୁ ଅଭିଯୁକ୍ତକୁ କାବୁ କରିବା ସହ ତା ନିକଟରୁ ବ୍ରାଉନସୁଗାର୍ ଜବତ କରିଥିଲେ।ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।ଆଜି ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More