୭ ବର୍ଷ ସମ୍ପର୍କରେ ୭ ମାସର ଗର୍ଭବତୀ ପ୍ରେମିକାକୁ ପ୍ରତାରଣା ପରେ ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା

26

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : ସାତ ବର୍ଷର ସମ୍ପର୍କରେ ସାତ ମାସର ଗର୍ଭବତୀ । ବିବାହର ପ୍ରଲୋଭନ ଦେଖାଇ ତା ପରେ ଶାରୀରିକ ସମ୍ପର୍କ । ନିଜ ସ୍ତ୍ରୀକୁ ଭାଉଜ ଓ ନିଜ ଝିଅକୁ ଝିଆରୀ କହିବା ନିଜକୁ ଅବିବାହିତ କହି ରସିକିଆ ପ୍ରେମିକ ଯୁବତୀଙ୍କୁ କଲେ ପ୍ରେମ । ସାତ ମାସର ଗର୍ଭବତୀ ପରେ ଏକୁଟିଆ ଛାଡ଼ିଗଲେ ପ୍ରେମିକ । ନା ଏ କୂଳର ନା ସେ କୂଳର ହୋଇଛନ୍ତି ଏହି ଗର୍ଭବତୀ ହୋଇଥିବା ଯୁବତୀ ଜଣକ । ସେପଟେ ଘରେ ପୁରାଉ ନାହାନ୍ତି ପ୍ରେମିକର ପରିବାର ଲୋକ । ଦୀର୍ଘ ୧୫ ଦିନ ହେଲା ନ୍ୟାୟ ପାଇଁ ପିଡ଼ିତା ବାର ଦ୍ଵାର ବୁଲି ନିରାଶ ହେବା ପରେ ବୁଧବାର ଦିନ ପ୍ରେମିକର ଘର ଆଗରେ ଧାରଣା ଦେଇଛନ୍ତି । ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ଗ୍ରାମ ପଞ୍ଚାୟତର ଛତ୍ରବର ଗ୍ରାମରେ। ସୂଚନା ପ୍ରକାରେ ଛତ୍ରବର ଗ୍ରାମର ଲାଇଜର ଖରା ନାମକ ବିବାହିତ ବ୍ୟକ୍ତି ଖାତିଗୁଡାର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖୁଥିଲେ । ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖ୍ ଆସୁଥିଲେ । ୭ ମାସର ଗର୍ଭବତୀ ହେବା ପରେ ଯୁବତୀ ବିବାହ କରିବାକୁ ଅଡି ବସିବାରୁ ପାପଡାହାଣ୍ଡି ରେ ଏକ ମାସ ଓ ଉମରକୋଟରେ ଦୁଇ ମାସ ରଖୁଥିଲେ । ପରେ ଲାଇଜର ନିଜ ଘରକୁ ଆଣିବା ପରେ ତାଙ୍କ ପରିବାର ଲୋକ ଯୁବତୀ ଘରେ ପୁରାଇବାକୁ ଦେଇ ନ ଥିଲେ । ଫଳରେ ପ୍ରେମିକ ଘର ସାମ୍ନାରେ ପ୍ରେମିକା ନ୍ୟାୟ ପାଇବା ଆଶାରେ ଧାରଣା ଦେଇଛନ୍ତି । ପ୍ରଶାସନକୁ ନିଜର ନ୍ୟାୟ ପାଇଁ ବିନୀତ ଅନୁରୋଧ କରିଛନ୍ତି ।ଏଭଳି ପ୍ରେମିକ ମାନଙ୍କ ଉପରେ ପ୍ରଶାସନ ଦ୍ରୁଢ କର୍ଜ୍ୟାନୁଷ୍ଟାନ ନେଲେ ଆଉ କେଉଁ ପ୍ରେମିକ୍ ଏପରି ଅପରାଧ କାର୍ଜ୍ୟ ନିବ୍ରୁତ ହୋଇ ପାରିବେ ବୋଲି ବୁଦ୍ଧିଜିବି ମାନେ ମତ ବ୍ୟକ୍ତ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More