୭୯ତମ ଜାତୀୟ ଅଗ୍ନିଶ୍ରମ ସପ୍ତାହ ପାଳିତ

21

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ଆଜି ପାପଡାହାଣ୍ଡି ଅଗ୍ନିଶ୍ରମ ବିଭାଗ ତରଫରୁ 79 ତମ ଜାତୀୟ ଅଗ୍ନିଶ୍ରମ ସପ୍ତାହ ପାଳିତ କରାଯାଇଛି | ଏହି କାର୍ଯ୍ୟକ୍ରମଟି ଏପ୍ରିଲ 14 ରୁ 20 ତାରିଖପର୍ଯ୍ୟନ୍ତ ଚାଲିବ | ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ ଲୋକଙ୍କ ଜୀବନ ଏବଂ ଧନ ସମ୍ପତି ସୁରକ୍ଷା ଦେବା | ଯଦି ଘରେ ନିଆଲାଗେ ତାହେଲେ କେମିତି ଧନ ଜୀବନକୁ ରକ୍ଷା କରାଯିବ ସେନେଇ ଏକ ସଚେତନ ବାର୍ତ୍ତା ଦିଆଯାଇଥିଲା | ପୂର୍ବରୁ ଅଗ୍ନିଶ୍ରମ ବିଭାଗ ଫୋନ କରିବାକୁ ହେଲେ 101 ନଂ କୁ କଲ କରୁଥିଲେ , କିନ୍ତୁ ବର୍ତମାନ 112 ନଂ କୁ କଲ କରିବାକୁ ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ଦେବଚନ ଶବର କହିଛନ୍ତି | ଏହି ଅବସରରେ ଅଗ୍ନିଶ୍ରମ ବିଭାଗ ର ଗାଡି ପାପଡାହାଣ୍ଡି ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲା | ଏହି ସମୟରେ ହାବିଲଦାର ବନବାସୀ ମହାପାତ୍ର , ଡ୍ରାଇଭର ହାବିଲଦାର ରାଜେନ୍ଦ୍ର କୁମାର ବେହେରା , ଫାୟାର ମେନ ଗୋଲୋକ ବିହାରୀ ଶବର , ନରସିଂହ ଗାଦବା , ମିଥୁନ ବାରଲ ଲେଣ୍ଡିଆ , ନୀଳମଣି ନାୟକ , ଇଶ୍ୱର ଭୋଇ , ସିମାଞ୍ଚଳ ସେଠି ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More