୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ୧୧ ଜଣ ମହିଳା ମାଓବାଦୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

20

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : ମାଲକାନଗିରି ଜିଲ୍ଲା ଡି ଏନ କେ ଖେଳ ପଡିଆ ପରିସରରେ ଜିଲ୍ଲା ସ୍ତରୀୟ ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପତାକା ଉତ୍ତୋଳନ କରିଥିଲେ । ପତାକା ଉତ୍ତୋଳନ ପରେ ଦେଶକୁ ସ୍ୱାଧୀନ ଆଣିଥିବା ବିର ପୁରୁଷ ମାନଙ୍କ ସମ୍ବନ୍ଧରେ ନିଜ ଅବି ଭାଷଣ ରଖିଥିଲେ । ଏବଂ ଜିଲ୍ଲାରେ ନିଷ୍ଠାର ସହ କାର୍ଯ୍ୟ କରିଥିବା କର୍ମଚାରୀ ମାନଙ୍କୁ ପୁରସ୍କୁତ କରାଯାଇଥିଲା । ଏହା ବ୍ୟତୀତ 11 ଜଣ ଆତ୍ମ ସମର୍ପଣ କରିଥିବା ମହିଳା ମାଓବାଦୀଙ୍କୁ ହଷ୍ଟେଲ ସ୍କୁଲ ରେ ରୋଷେୟା ଭାବେ କାର୍ଯ୍ୟ କରିବା ପାଇଁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।ଏଥି ସହ ମାଲକାନଗିରି ଜିଲ୍ଲାର ସାତଟି ବ୍ଲକ ଓ ଦୁଇଟି ପୌରପରିଷଦରେ ମଧ୍ୟ ବଡଧୂମଧାମରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି!ମାଲକାନଗିରି ଜିଲ୍ଲାର ମାଥିଲି ସଦର ମହୁକୁମା ସ୍ଥିତ ଅବକାରୀ ବିଭାଗ ରେ ଆଣ୍ଠୁଏ ପାଣିରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି!ମାଲକାନଗିରି ରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More