୭୬ତମ ସ୍ବାଧୀନତା ଦିବସ ଅବସରରେ ହାଜିପୁର ପଞ୍ଚାୟତ ପକ୍ଷରୁ ୧୪୪ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

15

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ) : ପବିତ୍ର ୭୬ତମ ସ୍ବାଧୀନତା ଦିବସ ଅବସରରେ ହାଜିପୁର ପଞ୍ଚାୟତ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ପଞ୍ଚାୟତର ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କବି ବାମଦେବ ସ୍ବାଇଁଙ୍କ ସଭାପତିତ୍ୱ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଯୋଗଦେଇ କହିଲେ ଗୁରୁ ଗୁରୁଜନଙ୍କ କଥାଙ୍କୁ ନମାନି ଆମେ ଆଜି ବହୁ ବିପଦରେ ସମୁଖୀନ ହେଉଅଛୁ।ମହତଜନ ମାନେ ଦେଖାଇଥିବା ବାଟରେ ଚାଲିଲେ ଏକ ଶୃଙ୍ଖଳିତ ସମାଜ ଗଠନ ହୋଇପାରିବ ବୋଲି ବ୍ଲକ ଅଧ୍ୟକ୍ଷା କହିଥିଲେ।ବାରେଣ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ,ସରପଞ୍ଚ ଆରତୀ ଭୂୟାଁ, ଧ୍ୟାନକୁଦ ପୀଠରେ ପୀଠାଧିଶ ବାବା ଅରକ୍ଷିତ ଦାସ,ପୂର୍ବତନ ସରପଞ୍ଚ ବିମଳ ସେଠୀ, ବିଭୁଦତ୍ତ ସାହୁ ଓ ସାମାଜିକ କର୍ମୀ ଅକ୍ଷୟ ଭୂୟାଁ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଅବସରରେ ପଞ୍ଚାୟତ ପକ୍ଷରୁ ୧୪୪ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବିରିଡିରୁ ରାଖଲ ମଲ୍ଲିକ୍ ଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More